ଖୋର୍ଦ୍ଧା,୨୭ା୯ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଏନଫୋରସମେଂଟକୁ କଡାକଡି କରାଯାଇଛି । ଆଜି ଖୋର୍ଦ୍ଧା ପୌରାଂଚଳରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆଙ୍କ ନେତୃତ୍ୱରେ ଏନଫୋରସମେଂଟ ସ୍କ୍ୱାର୍ଡ ବିଭିନ୍ନ ଅଂଚଳ ଯାଂଚ କରି କୋଭିଡ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି ।
ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ରଖୁନଥିବା ରୁ ଏନଫୋରସମେଂଟ ସ୍କ୍ୱାର୍ଡ ଅମାନିଆ ଲୋକ ଓ ଦୋକାନ ଗୁଡିକରୁ ଆଜି ୧୨ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହି ସ୍କ୍ୱାର୍ଡରେ ଅତିରିକ୍ତ ତହସିଲଦାର ରବିନାରାୟଣ ପାଢୀ, ରେଭେନୁ୍ୟ ସୁପରଭାଇଜର , ପୁଲିସ ଓ କର୍ମଚାରୀ ସାମିଲ ହୋଇଥିଲେ । ସେହିପରି ଖୋର୍ଦ୍ଧା ତହସିଲ ଅଂଚଳରେ ଯାଂଚ କରାଯାଇ କୋଭିଡ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ଠାରୁ ୩୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ମୋଟ ୧୫,୨୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
