ଖଲ୍ଲିକୋଟ-କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଆଜି ଖଲ୍ଲିକୋଟ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି ।ଖଲ୍ଲିକୋଟ ବିଜେଡି ତରଫରୁ ଖଲ୍ଲିକୋଟ ରାଣୀ ଙ୍କ ଫାର୍ମ ହାଉସ ରେ ବ୍ଳକ ସଭାପତି ଗଙ୍ଗାଧର ଖୁଣ୍ଟିଆ ଙ୍କ ପୌରହିତ୍ୟି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶ୍ରୀଧର ବେହେରା ଓ ସାଥି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ନଗର ବିଜେଡି ସଭାପତି କେ.ନରେନ୍ଦ୍ର ପାତ୍ର, ଯୁବନେତା ଦୈତାରୀ ବେହେରା, ରତ୍ନାକର ସାହୁ,ରାମମୋହନ ପଣ୍ଡା, ନିରଞ୍ଜନ ମହାପାତ୍ର, ଶ୍ରୀନିବାସ ସାହୁ, ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ, ବିମ୍ବାଧର ତିଆରି, ପୁରୁଷୋତ୍ତମ ପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ବାସୁଦେବ ମହାପାତ୍ର, ଦିଗାମ୍ବର ପାଣିଗ୍ରାହୀ, ସୀତାରାମ ପାଣିଗ୍ରାହୀ, ନାରାୟଣ ପାଢ଼ୀ ପ୍ରମୁଖ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।ଖଲ୍ଲିକୋଟ ଏନଏସି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ରେ ବିଭିନ୍ନ ସାହି ଛକ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଡ଼ିଓ ନବକୃଷ୍ଣ ଜେନା ଙ୍କ ପୌରହିତ୍ୟି ରେ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ପୌରହିତ୍ୟି ରେ ଥାନା ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ପୌରହିତ୍ୟି ରେ ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଅଫିସର୍ସ କ୍ଳବ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।