କୋଣାର୍କ,ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ର ଆଗଧାଡିର ଯୋଦ୍ଧା ଙ୍କ ତ୍ୟାଗ କୁ ସମ୍ମାନ ଜଣାଇ ସାରା ବିଶ୍ୱ ରେ ବସବାସ କରୁଥିବାପ୍ରତ୍ୟକ ଓଡ଼ିଆ ଜେଏ ଯେଉଁଠି ଥାଆନ୍ତୁ 30 ତାରିଖ 5.30 ଅପରାହ୍ନ ରେ ଠିଆହୋଇ ଭଗବତ ଭାବ ମନରେ ରଖି ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତ ଗାନ କରି ଏହି ଆଗଧା ଡି ର ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଥିଲେ।
ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ କ୍ରମେ କୋଣାର୍କ ଏନ ଏ ସି ତରଫରୁ ଅଂଛଳର ସମସ୍ତ ମାନ୍ୟଗଣ ବେକ୍ତି ବିଶେଷଙ୍କ ସହ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଓ କୋଣାର୍କର,ସମସ୍ତ ଫୋଟୋଗ୍ରାଫର ମାନେ, ଅଙ୍ଗନବାଡ଼ିକର୍ମଚାରୀ, ସ୍ୱଚ୍ଛ ସାଥି, ଓ ପ୍ରତ୍ୟେକ ବିଭାଗର ସରକାରୀ କର୍ମଚାରୀ ଏବଂ ସ୍ୱଛାସେବୀ ମାନଙ୍କ ସହିତ ପ୍ରାୟ 500 ରୁ ଉର୍ଦ୍ଧ ଵେକ୍ତି ବିଶେଷ ଶନିବାର ଅପରାହ୍ନରେ ମୁକ୍ତାକାଶ ରଂଗମଂଚ ରେ ଏକତ୍ରିତ ହୋଇ ସମାନତା ରଖି ମାସ୍କ ପିନ୍ଧି କରୋନା ଆଗଧାଡିର ଯୋଦ୍ଧା ଙ୍କ ପାଇଁ କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତିଙ୍କ ସ୍ୱର ସଂଜୋଯନାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଛିଡ଼ାହୋଇ ଗାନକରିଥିଲେ।
ଏହି ଯୋଦ୍ଧା ମାନେ ନିଜର ସୁଖସ୍ବଚ୍ଛନ୍ଦ ତ୍ୟାଗ କରି ଦିନରାତି ଏକ କରି ନିଜର ମହତ କାର୍ଯ୍ୟକୁ ସମ୍ପାଦନା କରିଚାଲିଛନ୍ତି ସେହିମାନଙ୍କ ଉଦେଶ୍ୟ ରେ ଏହି କାର୍ଯ୍ୟ କ୍ରମ ବୋଲି କୋଣାର୍କ ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଉପସ୍ଥିତ ଥିବା ସମସ୍ତଙ୍କୁ କହିବା ସହ ଏହି କଯ୍ୟକ୍ରମରେ ଭାଗନେଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।