Odisha news

ଆସିକା ରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ:ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୁହିକ ଗାନ

0
କରୋନା ସଂକ୍ରମଣ ପ୍ରତିରୋଧ  ନେଇ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ସ୍ବେଛାସେବୀ ଙ୍କୁ ସମ୍ମାନିତ କରିବା ଉଦ୍ଵେଷ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୁହିକ ଗାନ କରାଯାଇଛି। ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରମୁଖ ଧାର୍ମିକ ଅନୁଷ୍ଠାନ ସମ୍ମୁଖରେ  ଠିକ ଅପରାହ୍ନ ୫.୩୦ ସମୟରେ ଗାନ କରା ଯାଇଥିଲା। ଆସିକା ପୋଲିସ୍ ଓ ଆମ ପୋଲିସ ସମିତି ପକ୍ଷରୁ ଆସିକା ର ଆରାଧ୍ୟ ଠାକୁରାଣୀ ମା ଖମ୍ବେଶ୍ୱରୀ ଙ୍କ ମନ୍ଦିର ସମ୍ମୁଖ ରେ ଭବ୍ୟ ଆୟୋଜନ ଓ ପୂଜାର୍ଚ୍ଚନା କରାଯାଇଥିଲା।
ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟ ମଣି ପ୍ରଧାନ,ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ। ଦେଶାତ୍ମକ ପରିବେଶ ମଧ୍ୟରେ ଶତାଧିକ ପୋଲିସ ଅଧିକାରୀ ଓ କର୍ମଚାରୀ, ଆମ ପୋଲିସ ସମିତି ର ସଭ୍ୟ ସହ ସାଧାରଣ ଉପସ୍ଥିତ ରହି  ଥିଲେ। ସେହି ଭଳି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋସନ୍ ଶତପଥୀ ଙ୍କ ସଂଯୋଜନା ରେ ବ୍ଲକ୍ କର୍ମଚାରୀ ଙ୍କ ସହ ସ୍ଥାନୀୟ ବିଧାୟକ ମଞ୍ଜୁଳା ସ୍ୱାଇଁ ଯୋଗ ଦେଇଥିଲେ।
ଉପ ଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ  ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା. ମୋହନ ବାରିକ ଙ୍କ ସଂଯୋଜନା ରେ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପ୍ରମୁଖ ଏହାର ସାମୁହିକ ଗାନ କରି ସମସ୍ତ କର୍ମଚାରୀ ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।ସେହିଭଳି ସମସ୍ତ ପଞ୍ଚାୟତ ରେ ମଧ୍ୟ ସରପଂଚ ଙ୍କ ତତ୍ତ୍ଵାବଧାନରେ ଜନସାଧାରଣ ଓ  ଅନ୍ୟ ପ୍ରତିନିଧି  ମାନେ ଅଂଶ ଗ୍ରହଣ କରିଥିଲେ।

Leave A Reply