Odisha news

୧୬ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ିଧକାରେ ଯୁବକ ମୃତ

0
ଖଲ୍ଲିକୋଟ – ତା – ୨୨/୦୩/୨୦୨୦ :  କରୋନାକୁ ନେଇ ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବା ବେଳେ ଆଜି ସକାଳୁ ସକାଳୁ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ  ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ଅଙ୍ଗଦ ରାଉତ (୪୦) କୌଣସି କାରଣବସତଃ ଲଙ୍ଗଳେଶ୍ବର ଗ୍ରାମକୁ ଆସିଥିଲେ ।
ଅଙ୍ଗଦ ନିଜ ଗ୍ରାମ ତେନ୍ତୁଳିଆପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଅଙ୍ଗଦଙ୍କୁ ଧକା ଦେଇଥିଲା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଘଟଣାସ୍ଥଳକୁ ଯାଇ ଶବକୁ ଯବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରହିଥିବା ବେଳେ ଅଙ୍ଗଦଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।
Leave A Reply

Your email address will not be published.