Odisha news

କୁପାରୀରେ ଆରଏସଏସ ଓ ବିଏଚ୍ପିର ବୈଠକ

0

ଖଇରା-୨୯/୦୯ (ସ.ବ୍ୟୁ)-ଆର୍ଏସ୍ଏସ୍(ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ),ବିଏଚପି(ବିଶ୍ୱ ହିନ୍ଦୁ ପରିଷଦ)ବଜରଙ୍ଗ ଦଳ ତଥା ସ୍ଥାନୀୟ ସ୍ୱେଛାସେବୀ ମାନଙ୍କର ଏକ ମିଳିତ ବୈଠକ ଖଇରା ବ୍ଲକ ଅଧୀନ କୁପାରୀ ସ୍ଥିତ ମା ଅମ୍ବିକା ମନ୍ଦିର ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ସଂଘ ପ୍ରାର୍ଥନା,ପ୍ରଣବ ଉଚ୍ଚାରଣ ଓ ରାମଧୂନ ଗାନ କରାଯାଇଥିଲା ।

ରାଷ୍ଟ୍ର,ଧର୍ମ,ସମାଜ ଓ ବ୍ୟକ୍ତିର ମଙ୍ଗଳ ଉଦେ୍ଦଶ୍ୟରେ ଆଲୋଚନା କରାଯିବା ପରିପ୍ରେକ୍ଷୀରେ କରୋନା ମହାମାରୀରୁ କିଭଳି ନିଜକୁ ରକ୍ଷା କରିହେବ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଥି ନିମନ୍ତେ ଜନସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ଭଦ୍ରକ ବଜରଙ୍ଗ ଦଳର ସଂଯୋଜକ ବିପିନ ବିହାରୀ ପଣ୍ଡାଓ ପୂର୍ବତନ ବାୟୁସେନା ଅଧିକାରୀ ତଥା ସ୍ୱୟଂସେବକ ସତ୍ୟବ୍ରତ ନାରାୟଣ ବେହେରା ସଭା ପରିଚାଳନା କରିଥିଲେ ।

Nalco
Leave A Reply