ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡପୋଖରୀ ଗ୍ରାମ ପଞ୍ଚାୟତ ଅଧୀନ ବାରାଯୋଡି ଗ୍ରାମର ଦେବେନ୍ଦ୍ର ମଲ୍ଲିକ(୪୦) ଗ୍ରାମ ସଂଲଗ୍ନ ପରିତ୍ୟକ୍ତ ଖଣି ପାଣିରେ ପଡି ମୃତୁ୍ୟ ବରଣ କରିଛନ୍ତି । ଏ ସଂକ୍ରାନ୍ତରେ ଖଇରା ଥାନାରେ ଏକ ଅପମୃତୁ୍ୟ ମାମଲା(୨୩/୨୦)ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ସୋର ପଠାଇଛନ୍ତି । ଦେବେନ୍ଦ୍ର ଗୁରୁବାର ସନ୍ଧ୍ୟାରେ କଙ୍କଡା ଧରିବାକୁ ଜଳଭର୍ତ୍ତିଥିବା ପରିତ୍ୟକ୍ତ ଖଣିକୁ ଯାଇଥିବା ବେଳେ ଗୋଡ ଖସିଯିବା କାରଣରୁ ମୃତୁ୍ୟ ବରଣ କରିଥିବାର ସନେ୍ଦହ କରାଯାଉଛି । ଶୁକ୍ରବାର ସକାଳେ ଗ୍ରାମବାସୀ ମାନେ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ
