କେନ୍ଦୁଝର : ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରରେ ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଅନୁଷ୍ଠାନ ଭିତିକ କର୍ମଶାଳା ତା-୨୦.୦୪.୨୩ ରିଖରେଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ପରିଷଦର କେନ୍ଦୁଝର ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼-ପ୍ରଫେସର ପ୍ରଭାକର ନାୟକ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ସହିତ ସ୍ବାବଲମ୍ବୀ ହେବା ସହିତ ସ୍ବଛତା, ପାରଦର୍ଶିତା, ଦକ୍ଷତା ବୃଦ୍ଧି, ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଉପାଦେୟ ଦିଗ୍ ଦର୍ଶନ ଦେଇଥିଲେ। ଏହି ପରିଷଦର ସହଯୋଗରେ ଜିଲ୍ଲା ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଛାତ୍ରୀ ମାନଙ୍କର ଗୁଣବତ୍ତା କିପରି ପହଞ୍ଚାଇ ହେବ ସେ ଦିଗରେ ସକ୍ରିୟ ସହଯୋଗ ଓ ଉଦ୍ୟମ ଜାରି ରହିବ ବୋଲି କହିଥିଲେ। ଛାତ୍ରୀ ମାନଙ୍କର ଆଗ୍ରହ ବଢାଇବା ଉଦ୍ଦେଶ୍ୟରେ ଏହି ପରିଷଦ ସେମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତନିର୍ମିତଦ୍ରବ୍ୟ ଗୁଡ଼ିକର ଏକ ବଜାରର ଆୟୋଜନ କରାଯାଇଥିଲା। ଏଥିରେ କର୍ମସଂସ୍ଥାନ ଓ ଉପାର୍ଜନ ହେବାର ବାସ୍ତବିକତା ଓ ପ୍ରାସଙ୍ଗିକତା ବିଧିବଦ୍ଧ ଭାବରେ ଛାତ୍ରୀ ମାନଙ୍କୁ ଦର୍ଶାଇ ଦିଆଯାଇଥିଲା। ଏହି ସଭାରେ ଅଧ୍ୟାପକ ଡ- ଲକ୍ଷ୍ମୀଲତା ହୋ, ଡ଼ ହରପ୍ରସାଦ କେ, ମାଝି ଏବଂ ଶ୍ରୀ ଦେବାନନ୍ଦ ମଲ୍ଲିକ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।