Odisha news

କମାଗୁରୁ ପଞ୍ଚାୟତରେ ନରେଗା କାର୍ଯ୍ୟ କୁ ନେଇ ଅପପ୍ରଚାର ଭିତ୍ତିହୀନ

0

ନିରାକାରପୁର, ୨୨/୪: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଏକ ପ୍ରକଳ୍ପ ବାବଦରେ ଉଠିଥିବା ଅପପ୍ରଚାର ସମ୍ପର୍କରେ ଆଜି ଏକ ପ୍ରେସ ବିବୃତିରେ କମାଗୁରୁ ସରପଂଚ ସୁନୀତା ଚଂପତି ଏହାକୁ ସମ୍ପୂର୍ଣ ଭିତ୍ତିହୀନ, ଉଦ୍ଦେଶ୍ୟ ମୂଳକ ଓ ତାଙ୍କୁ ବଦନାମ କରିବାକୁ କରାଯାଇଛି ବୋଲି ଦୃଢ଼ ଜବାବ ରଖିଛନ୍ତି। ତାଙ୍କ ମତରେ କାମ କରିବା ଲୋକ ବିରୋଧରେ ଅନେକ ଭୁଲ ଦେଖିବାକୁ ଲୋକ ଆସିବେ ନିଜେ କିଛି ଉନ୍ନତି ମୂଳକ କାର୍ଯ୍ୟ ନ କରିବା ଲୋକ ର ଏହା ସହଜାତ ପ୍ରବୃତ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ କି ଆର୍ଥିକ ବର୍ଷ ୨୦୨୨-୨୩ ରେ କମାଗୁରୁ ପଞ୍ଚାୟତ ନୋଡାଲ ହାଇସ୍କୁଲ ପଡିଆ ଉନ୍ନତି କରଣ ପାଇଁ ୬ ଲକ୍ଷ ଟଙ୍କାର ଅନୁଦାନ ନରେଗା ଯୋଜନାରେ ଆସୁଥିଲା। ପରେ ଉକ୍ତ କାର୍ଯ୍ୟ ଟିକୁ ଜବକାର୍ଡ ଧାରୀ ଶ୍ରମିକ ମାନଙ୍କ ଜରିଆରେ କରାଯାଇ ସେମାନଙ୍କ ପ୍ରାପ୍ୟ ତାଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ପୈଠ କରାଯାଇଛି। ବାକି ସାମଗ୍ରୀ ବାବଦକୁ ବାକି ଅର୍ଥ ଖର୍ଚ୍ଚ କରାଯାଇ କାର୍ଯ୍ୟ ଟିକୁ ସମ୍ପୂର୍ଣ କରାଯାଇଥିବା ବେଳେ ଏହାର କୌଣସି କାର୍ଯ୍ୟ କରାଯାଇ ନାହିଁ ଓ ଅର୍ଥ ହଡପ କରାଯାଇଥିବା ନେଇ କିଛି ଦିନ ହେବ ଅପପ୍ରଚାର ଚାଲିଥିବାରୁ ଏହା କିଛି କୁଚକ୍ରୀ, ସ୍ୱାର୍ଥବାଦୀ ଓ ଅସହୁଷ୍ଣୁ ବ୍ୟକ୍ତି ମାନଙ୍କର କାର୍ଯ୍ୟ ବୋଲି ସରପଂଚ ସୂଚନା ଦେଇ ଏହି କାର୍ଯ୍ୟ ଟି ସଠିକ୍ ଭାବେ ସୁଚାରୁ ରୂପେ କରାଯାଇଥିବା ସହିତ ଏଥିରେ କୌଣସି ଚଞ୍ଚକତା କରାଯାଇ ନାହିଁ ବୋଲି ଜଣାଇଛନ୍ତି।

Leave A Reply