କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବିଭିନ୍ନ ଖଣିରୁ କମ୍ପାନୀ ଗୁଡ଼ିକ ସ୍ଲରିପାଇପି ଓ ରେଳରେ ଲୁହାପଥର ପରିବହନ କରୁଥିବାରୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଏହାକୁ ତିବ୍ର ବିରୋଧ କରିଛି। ସଂଘର କହିବା ଅନୁସାରେ କେନ୍ଦୁଝର ଜିଲ୍ଲାର ଶିକ୍ଷିତ ବେକାର ଯୁବକ ମାନେ ରୂଣରେ ଟ୍ରକ ଆଣି ପରିବହନ ବେବସାୟରେ ନିୟୋଜିତ କରିଛନ୍ତି। ଜିଲ୍ଲାରେ ୨୫ରୁ ୩୦ହଜାର ଟ୍ରକ ଥିବା ବେଳେ ଏହା ଉପରେ ୨ଲକ୍ଷ ପରିବାର ନିର୍ଭର କରିଥାନ୍ତି। ବିଭିନ୍ନ କମ୍ପାନୀ ବହୁ ପୂର୍ବରୁ ରେଳ ଦ୍ବାରା ଖଣିଜ ସମ୍ପଦ ପରିବହନ କରୁଥିବାବେଳେ ବର୍ତ୍ତମାନ ବିଭିନ୍ନ କମ୍ପାନୀ ସ୍ଲରିପାଇପିରେ ପରିବହନ କରିବାକୁ ଆଗ୍ରହ କରୁଛନ୍ତି। ବର୍ତ୍ତମାନ ବିଆରପିଏଲ ଏବଂ ଏସାରକମ୍ପାନୀ ସ୍ଲରିପାଇପିରେ ଲୁହାପଥର ପରିବହନ କରୁଛନ୍ତି। ଆଉଏକ କମ୍ପାନୀ ଯୁଦ୍ଧକାଳୀନ ଭିତ୍ତିରେ ପାଇପିଲାଇନ ବିଛାଉଛି। ଆହୁରି ୪ରୁ ଅଧିକ କମ୍ପାନୀ ସ୍ଲରିପାଇପି ବିତାଇବା ପାଇଁ ସରକାର ଙ୍କ ନିକଟରେ ଆବେଦନ କରିଛନ୍ତି।ପାଇପିରେ ଲୁହାପଥର ପରିବହନ ହେଲେ ୨ଲକ୍ଷ ପରିବାର ଜୀବିକା ହରାଇବେ ବୋଲି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ସ୍ପଷ୍ଟ ମତବ୍ୟକ୍ତ କରିଛନ୍ତି। ସେହିପରି ସୁଆକାଟି ଗନ୍ଧମାର୍ଦନ ଖଣି ଉପରେ ୬ ହଜାରରୁ ଅଧିକ ଟ୍ରକ ମାଲିକ ନିର୍ଭର କରୁଛନ୍ତି। ବର୍ତ୍ତମାନ ସରକାର ଏଠାରୁ ମଧ୍ୟ ରେଳ ମାଧ୍ୟମରେ ଲୁହାପଥର ପରିବହନ କରିବାକୁ ଯୋଜନା ରଖିଛନ୍ତି।
ଯାହାକୁ କେନ୍ଦୁଝର ଟ୍ରକ ମାଲିକ ସଂଘ ତୀବ୍ର ବିରୋଧ କରୁଛି। ଏହି ଅବସରରେ ପ୍ରସ୍ଥାପିତ ଗନ୍ଧମାର୍ଦନ ଖଣିକୁ ରେଳ ସଂଯୋଗ ପ୍ରସ୍ଥାବ ରଦକରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର କୋରକମିଟି ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଜିଲ୍ଲାର ଅଧିକାଂଶ ଲୋକ ପ୍ରତୋକ୍ଷ ଓ ପରୋକ୍ଷ ଭାବରେ ସେମାନଙ୍କ ଜୀବିକା ପାଇଁ ଖଣି ଉପରେ ନିର୍ଭର କରିଥାନ୍ତି। ଟ୍ରକ ମାଲିକ ଡ଼୍ରାଇଭର ହେଲ୍ ପର ଦୋକାନୀଠାରୁ ଆରମ୍ଭ କରି ରାସ୍ତା କଡ ଢାବାଆଦି ନିର୍ଭର କରୁଛନ୍ତି। କେତେକ ମାଲିକ ଗାଡ଼ି କିସ୍ତି ରୋଡ ଟ୍ୟାକ୍ସ,ପରିମିତି,ଇନସ୍ୟୁରାନ୍ସ ପାଇଠ କରିବାକୁ ଅସମର୍ଥ ହୋଇଛନ୍ତି। କେତେକ ମାଲିକ ଆର୍ଥିକ ଚାପ ଯୋଗୁଁ ଆତ୍ମହତ୍ୟା କରୁଥିବା ନଜିରୀ ରହିଛି ଏଣୁ ଟ୍ରକ ମଧ୍ୟରେ ୫୦ ପ୍ରତିଶଦ ଖଣି ପରିବହନ କରିବାକୁ ଦାବି କରିଛନ୍ତି। ଜିଲ୍ଲା ଟ୍ରକର ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଉପସଭାପତି ଦୀଲିପ କୁମାର ପଣ୍ଡା,ଯୂଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ଏବଂ କିଛି ଟ୍ରକ ମାଲିକ ମିଳିତ ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ର।ଭୀମ ମୂର୍ମୁ ବିଧାୟକ ଜଗନ୍ନାଥ ନାୟକ, ଭାଗୀରଥି ସେଠୀ, ମୋହନ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ଏବଂ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।
