Odisha news

୨ଦିନର ଶିଶୁକନ୍ୟା ସହ ପତ୍ନୀ , ୪ବର୍ଷର ପୁଅ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

0

କେନ୍ଦ୍ରାପଡା, ୨୧/୧(ରବୀନ୍ଦ୍ର ଦାଶ)-କୋଭିଡ ସମୟରେ ଏକ ଗରୀବ ପରିବାରକୁ ଡେରାବିଶି ତହସିଲଦାରଙ୍କ ଅନ୍ୟାୟ ଭାବରେ ଉଛେଦ କରାଯିବା ପ୍ରତିବାଦରେ ସଂପୃକ୍ତ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ଡେରାବିଶି ତହସିଲ ଅନ୍ତର୍ଗତ ଓଲଢି ଗ୍ରାମର ମାନଗୋବିନ୍ଦ ବେହେରାଙ୍କ ପୁଅ ଧ୍ରୁବ ଚରଣ ବେହେରା ସେ ଜଣେ
ଭିନ୍ନ ସଂପ୍ରଦାୟର ଝିଅକୁ ବିବାହ କରିବା ପରେ ଗ୍ରାମଲୋକଙ୍କ ଚକ୍ରାନ୍ତର ଶୀକାର ହୋଇ ଚାଟରାଚକଡାସ୍ଥିତ ଏକ ସରକାରୀ ଅନାବାଦୀ ଜମିରେ କୁଡିଆଟିଏ କରି ନିଜର ପତ୍ନୀ ଓ ପିଲାଙ୍କ ସହିତ ୬ବର୍ଷ ହେବ ରହିଆସୁଥିଲେ ।

ମୁଲମଜୁରୀ ଲାଗି ନିଜ ପରିବାରକୁ ଭରଣପୋଷଣ କରୁଥିବା ଧ୍ରୁବଙ୍କ କୁଡିଆ ଘରଟିକୁ ଡେରାବିଶି ତହସିଲଦାର ଗତ କୋଭିଡ ସମୟରେ ଅନ୍ୟାୟ ଭାବେ ଉଛେଦ କରିଦେଇଥିଲେ । ସେହିସ୍ଥାନରେ ଥିବା ସରକାରୀ ଜମି ଉପରେ ଅନ୍ୟ ୬ଟି ପରିବାର ରହୁଥିଲେ ମଧ୍ୟ ସେମାନଙ୍କୁ ଉଛେଦ କରାଯାଇନଥିବା ବେଳେ ଧ୍ରୁବଙ୍କୁ ହଇରାଣ କରିବା ଉଦେଶ୍ୟରେ ଏବଂ ତାଙ୍କ ଅନୁପସ୍ଥିତିରେ ପତ୍ନୀ ଗର୍ଭବତୀ ଥିବା ବେଳେ ତାଙ୍କ କୁଡିଆଟିକୁ ଭାଙ୍ଗିଦିଆଯାଇଥିଲା । କୋଭିଡ ସମୟରେ ଗତ ୨୦୨୦ମସିହା ଜୁନମାସ ୨୯ତାରିଖରେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇ ମାନବିକ ଅଧିକାରକୁ ଉଲ୍ଲଙ୍ଘନ କରି ତାଙ୍କ କୁଡିଆ ଘରଟିକୁ ଭାଙ୍ଗି ଦିଆଯିବା ସହ ସମସ୍ତ ଆସବାବପତ୍ରକୁ ନଷ୍ଟ କରି ଦେଇଥିଲେ ଡେରାବିଶି ତହସିଲଦାର ।

ଏସମ୍ପର୍କରେ ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଧ୍ରୁବଙ୍କୁ ଏଥି ନିମନ୍ତେ କ୍ଷତିପୁରଣ ପ୍ରଦାନ ସହ ଘରଡିହ ଓ ପକ୍କାଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହାମଧ୍ୟରେ ୭ମାସ ପୁରଣ ହୋଇଥିଲେବି ଜିଲ୍ଲାପାଳଙ୍କ ପ୍ରତିଶୃତି ପୁରଣ ନହେବା ଏବଂ ଦୀର୍ଘଦିନ ଧରି ଖୋଲା ଆକାଶ ତଳେ ଜୀବନ ପରିବାର ସହ ବିତାଉଥିବା ଧ୍ରୁବ ଶେଷରେ ବାଧ୍ୟ ହୋଇ ପତ୍ନୀ , ୪ବର୍ଷର ପୁଅ ଓ ୨ଦିନର ଏକ ଶିଶୁକନ୍ୟା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।

Nalco
Leave A Reply