କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଲଗାତାର ତେଲଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କଜ ଜରିଆରେ ପ୍ରଦାନ କରାଯାଇଥିବା ଜଣାପଡିଛି । ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ତରଫରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ତେଲଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି କରିଥିଲେ ।
ସାମାଜିକ ଦୂରତା ରକ୍ଷା କରି କରାଯାଇଥିବା ଏହି ବିକ୍ଷାଭେ କେନ୍ଦ୍ରର ଏନଡିଏ ସରକାରଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଅତିରକ୍ତ ଶୁଳ୍କ ଦାର୍ଯ୍ୟ କରାଯାଇ ଥିବାରୁ ବାରମ୍ବାର ମୂଲ୍ୟ ବୃଦ୍ଧି ଘଟୁଥିବା ଅଭିଯୋଗ ହୋଇଥିଲା । ଗତ ୨୨ ଦିନ ମଧ୍ୟରେ ପେଟ୍ରୋଲ ଲିଟର ଉପରେ ୧୦ ଟଙ୍କା ଓ ଡିଜେଲ ଲିଟର ଉପରେ-୧୩ ଟଙ୍କା ଦର ବୃଦ୍ଧି ହୋଇ ଥିବାରୁ ଆନୁସଙ୍ଗିକ ଭାବେ ସମସ୍ତ ଜିନିଷ ପତ୍ର ଦର ବଢି ଚାଲିଥିବା ଅଭିଯୋଗ କରାଯାଇଛି ।
ତେଲର ଏପରି ଅହେତୁକ ମୁଲ୍ୟ ବୃଦ୍ଧି ଫଳରେ ଖାଉଟୀ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା କଟକଣାରେ ପ୍ରଜ୍ଞତ୍ୟେକ ବ୍ୟକ୍ତିଙ୍କ ରଏୋଜଗାର ସଂକୁଚିତ ହୋଇ ଥିବାବେଳେ ଏହା ଉପରେ ତେଲ ଦର ଓ ଜିନିଷ ପତ୍ରର ଦର ବୃଦ୍ଧି ସାଧାରଣ ଜନତାଙ୍କ ଆର୍ଥିକ ଅବସ୍ଥାକୁ ଶୋଚନୀୟ କରି ଦୋଇଛି । ମହାମାନ୍ୟ ରାଷ୍ଟ୍ରପତି ନିଜର ସ୍ୱତନ୍ତ୍ର କ୍ଷମତା ବଳରେ ଏହି ଦର ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ନିଦେ୍ର୍ଦଶ ଦେବାକୁ ସ୍ମାରକ ପତ୍ରରେ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଜିଲ୍ଲା ସଭାପତି ଚିନ୍ମୟ ବେଉରା, ପୂର୍ବତନ ନଗରପାଳ ମହମ୍ମଦ ଅକବର ଅଲ୍ଲୀ, ମୁକ୍ତାର ଖାଁ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ସୈାମେନ୍ଦ୍ର ପୃଷ୍ଟି , ସମ୍ବିତ୍ ଶ୍ରୀ ଚନ୍ଦନ, ଆଶିଷ ମେକାପ, ମହେନ୍ଦ୍ର ପରିଡା, ଶିବ ପ୍ରସାଦ ବିଶ୍ୱାଳ, ମିର୍ ମୁରସିଦ ପ୍ରମୁଖ ଉପସ୍ଥିତ ଥିଲେ ।