ଡେରାବିଶ : ଡେରାବିଶ ବ୍ଳକ ଚାନେ୍ଦାଳ ପଂଚାୟତ ଅନ୍ତର୍ଗତ ନରଣପଡ଼ା ଗ୍ରାମର ରଘୁନାଥ ସାହୁଙ୍କ ଘରୁ ଆଜି ବନ ବିଭାଗ ୧୦ଟି ନାଗସାପ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଛି । ସୂଚନାରୁ ପ୍ରକାଶ ଦୀର୍ଘ ଦିନ ରଘୁନାଥଙ୍କ ଚାଳ ଘର ନିକଟରେ ଦୁଇଟି ସାପ ବୁଲୁଥିବା ଦେଖାଯାଇଥିଲା । ତେବେ ଆଜି ରଘୁନାଥଙ୍କ ଘର କାନ୍ଥରୁ ଛୋଟ ଛୋଟ ନାଗ ସାପ ଛୁଆ ବାହାରୁଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ।
ବନବିଭାଗର କର୍ମଚାରୀ ମାନେ ସାପ ଧରାଳୀଙ୍କୁ ଆଣି ସୁରକ୍ଷିତ ଭାବେ ୯ଟି ଛୁଆକୁ ଉଦ୍ଧାର କରିବା ପରେ ନାଗୁଣୀକୁ ବହୁ ଚେଷ୍ଟା କରି ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ସାପାମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି । ତେବେ ଆହୁରି ଅନେକ ସାପ ଏହି ଚାଳ ଘରେ ରହିଥିବା ଗ୍ରାମବାସୀମାନେ କହିଛନ୍ତି