କେନ୍ଦ୍ରାପଡା, ୨୩/୧୨- ଜୋନସ୍ତରୀୟ କଳାଉତ୍ସବ – ୨୦୨୦ରେ ଇଛାପୁର ସରକାରୀ ହାଇସ୍କୁଲର ନବମଶ୍ରେଣୀ ଛାତ୍ର ପଙ୍କଜ କୁମାର ମୁଦୁଲି ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ବିଭାଗ ତବଲା ବାଦନରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ରେଭେନସା କଲିଜିଏଟ ସ୍କୁଲରେ କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ଜିଲ୍ଲାକୁ ନେଇ ଅନୁଷ୍ଠିତ ଜୋନସ୍ତରୀୟ ଉସôବରେ ଯୋଗଦେଇଥିବା ଶତାଧିକ ପ୍ରତିଯୋଗୀଙ୍କ ମଧ୍ୟରେ ପଙ୍କଜ ପ୍ରଥମ ସ୍ଥାନ ଅଧିକାର କରି ବିଚାରକମଣ୍ଡଳୀ ଠାରୁ ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଛନ୍ତି । ପଙ୍କଜ ଜାଗୁଳେଇପଡା ଗ୍ରାମନିବାସୀ ମଧୁସୁଦନ ମୁଦୁଲି ଓ ସୈାଦାମିନୀ ମୁଦୁଲିଙ୍କ ପୁତ୍ର । ପଙ୍କଜଙ୍କ ଏହି ସଫଳତା ପାଇଁ ଇଛାପୁର ଉଚ୍ଚ ବିଦ୍ୟାଳୟ ଓ ଶ୍ୟାମଗୁଡିଆ ଅଚଂଳରେ ଆନନ୍ଦର ଲହରି ଖେଳିଯାଇଛି ।
