Odisha news

ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

କେନ୍ଦ୍ରାପଡା ,୨୩/୧୦(Rabindra Dash) -ଅଧିକ ଯୈ÷ାତୁକ ଦାବିକରି ମହିଳାଙ୍କୁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସର ଉଦାସୀନତା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମୃତ ମହିଳାଙ୍କ ପରିବାର ଲୋକେ ଦେଇଛନ୍ତି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ବୁଲାକର ମଳିକଙ୍କ ପୁଅ ନାରାୟଣ ମଳିକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀ ସସ୍ମିତା ମଳିକ ଗତ ୧୪ବର୍ଷ ତଳେ ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ବାଇଧର ମଳିକଙ୍କୁ ବିବାହ କରିଥିଲେ ।

ବିବାହର କିଛିଦିନ ପରେ ଉଭୟ ସସ୍ମିତା ଓ ବାଇଧରଙ୍କ ମଧ୍ୟରେ ପାଟିଗୋଳ ଆରମ୍ଭ ହୋଇଥିଲା । କାରଣ ବାଇଧର ଅନ୍ୟଏକ ଝିଅକୁ ଭଲପାଉଥିଲା । ଏହି ପାଟିଗୋଳ ହେବା ପରେ ତାଙ୍କ ଭଉଣୀ ବାପଘରକୁ ଚାଲିଯାଏ । ଶାଶୁଘର ଲୋକେ କିଛିଦିନ ପରେ ଯାଇ ସସ୍ମିତାକୁ ବୁଝାଶୁଝା କରି ନେଇଆସିଥାନ୍ତି । ଏଭଳି ବାରମ୍ବାର ହୋଇଥାଏ ।

ତାଙ୍କ ଭଉଣୀର ଶାଶୁ ଭାରତୀ ମଳିକ,ଦିଅର ଧକି,ଯାଆ ପୁଷ୍ପା,ମାମୁଁ ଆଦିକନ୍ଦ ପ୍ରମୁଖ ମିଶି ତାଙ୍କ ଭଉଣୀ ସସ୍ମିତାକୁ ଅଧିକ ଯୈ÷ାତୁକ ଦାବୀକରି ସସ୍ମିତାକୁ ମାନସୀକ,ଶାରୀରିକ ନିର୍ଯ୍ୟାତନା ଦେଇଥିବା ସମ୍ପର୍କରେ ତାଙ୍କ ଭଉଣୀ ପୂର୍ବରୁ ଜଣାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଶେଷରେ ତାଙ୍କ ଭଉଣୀକୁ ସମସ୍ତେ ମିଶି ମାରିଦେଇଥିବା ମଧ୍ୟ ସେ ସଦର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୨୩୭/୨୦୨୦ରେ ଆଇପିସିର ଧାରା ୪୯୮(କ),୩୦୨,୩୪ଦଫାରେ ଏବଂ ଯୈ÷ାତୁକ ନିରୋଧ ଆଇନ ୪ ଅନୁଯାଇ ଏକ ମାମଲା ରୁଜୁକରିଛନ୍ତି ।

ସଦର ଥାନା ପୋଲିସ ମୃତକର ସ୍ୱାମୀ ବାଇଧର ମଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ଏବଂ ବିବାହ ସମୟରେ ଝିଅ ସସ୍ମିତାକୁ ଦିଆଯାଇଥିବା ସମସ୍ତ ଜିନିଷ ନଫେରାଇବା ଘଟଣା ଏବଂ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପୋଲିସ ଉଦ୍ୟମ କରୁଥିବା ଘଟଣା ପୋଲିସର ନୀରପେକ୍ଷତା ଉପରେ ସନେ୍ଦହ ପ୍ରକାଶ କରି ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏଥିସହିତ ଏହି ହତ୍ୟା ଘଟଣାର କ୍ରାଇମବ୍ରଂଚ ତଦନ୍ତ କରାଯିବାକୁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Nalco
Leave A Reply