Odisha news

କେନ୍ଦ୍ରାପଡା : କାକଟ ସ୍ଥିତ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କାର୍ଯ୍ୟରେ ଜାଲିଆତି

0

କେନ୍ଦ୍ରାପଡା :  ଦୀର୍ଘ ଏକ ବର୍ଷ ହେବ ପୈାର ପ୍ରଶାନ ତରଫରୁ ନିର୍ମାଣ ହୋଇଥିବା କାଟକ ସ୍ଥିତ ଯାତ୍ରୀ ବିଶ୍ରାମ ଗାର ଟି ଏବେ ସ୍ଥାନୀୟ ଯୁବକଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ସହର ସ୍ଥିତ କାଟକ ଲକ୍ ଠାରେ ଥିବା ଏକ ଗଜଲକ୍ଷ୍ମୀ ପୂଜା ମଣ୍ଡପ ନିର୍ମାଣ କରାଯାଇ ଯାତ୍ରୀ ବିଶ୍ରାମ ଗାର ନାମରେ ଦେଢ ଲକ୍ଷ ଟଙ୍କା ଜାଲିଆତି ହୋଇଥିବାର ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, କାକଟ ଲକ୍ ରାସ୍ତା ଦେଇ କଟକ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ଗାଡି ଓ ବସ ପ୍ରଭୃତି ଯାତାୟତ କରୁଛି । ଏହା ଏକ ଛକସ୍ଥାନ ହୋଇଥିବାରୁ ଯାତ୍ରୀମାନେ ଏଠାରୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ତେବେ ଏଠାରେ ଖରା ବର୍ଷାରେ ଯାତ୍ରୀ ମାନେ ଛିଡା ହୋଇ ରହୁ ଥିବାରୁ ଏକ ଯାତ୍ରୀ ବିଶ୍ରାମ ଗାର ନିମାର୍ଣ ପାଇଁ ଦାବି ହୋଇ ଆସୁଥିଲା ।

ଏହି ଦାବିକୁ ନଜର ରେ ରଖି ପୈାର କତୃପକ୍ଷ ପକ୍ଷରୁ ଦେଢ ଲକ୍ଷ ଟଙ୍କା ର ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କରାଯାଇଥିଲା । ମାତ୍ର ଏହି ବିଶ୍ରାମ ଗାର ରେ ଗଜଲକ୍ଷ୍ମୀ ପୂଜା ସାମଗ୍ରୀ ରଖା ଯାଉଥିବାରୁ ଗେଟ ଲଗା ଯାଇ ୨୪ ଘଣ୍ଟା ତାଲା ପଡି ରହୁଛି । ଯାହା ଫଳରେ ଦୂର ଦୂରାନ୍ତରୁ ଆସି ସେଠାରେ ଓହ୍ଲାଉଥିବା ଯାତ୍ରୀ ଏବଂ ସେଠାରୁ ବିଭିନ୍ନ ସ୍ଥାନକୁ ବସ ରେ ଯିବା ପାଇଁ ଯାତ୍ରୀ ମାନେ ପୂର୍ବଭଳି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବସ ରୁ ଓହ୍ଲାଇବା ପରେ ଏହି ଯାତ୍ରୀମାନେ ଛୋଟ ଛୋଟ ଶିଶୁଙ୍କୁ ଧରି ବସିବାକୁ ସ୍ଥାନ ନପାଇ ଖରା ବର୍ଷାରେ ଛିଡା ହୋଇ ରହୁଛନ୍ତି । ଏହାକୁ ବିଧିବଦ୍ଧ ତଦନ୍ତ କରି ଏହାକୁ ଯାତ୍ରୀ ବିଶ୍ରାମ ଗାର ଭାବେ କାର୍ଯ୍ୟକାରି କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏ ସଂପର୍କରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପଚରା ଯିବାରୁ ସେ ସଂପର୍କରେ କିଛି ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ।

Leave A Reply