କନ୍ଧମାଳ ଜିଲ୍ଲାରେ ଦିନକରେ ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ୟା ୧୩୭ ରେ ପଂହଚିଲା ସୁସ୍ଥ ହେଲେ ୩୦ ଅଛନ୍ତି ୧୦୭
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । ଆଜିର ପଜିଟିଭକୁ ମିଶାଇ ମୋଟ ସଂଖ୍ୟା ୧୩୭ ରେ ପଂହଚିଲା । ଗତକାଲି ଜିଲ୍ଲାରୁ ୨୨ ଜଣ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୪ ଜଣ କରୋନା ଯୋଦ୍ଧା ଥିଲେ । ହେଲେ ଆଜି ହଠାତ୍ ୪୮ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ସମେତ ସ୍ଥାନୀୟ ଲୋକେ ମଧ୍ୟ ଚିନ୍ତାରେ । ଫୁଲବାଣୀ କୋଭିଡ ହସ୍ପିଟାଲ ଏବେ ଭର୍ତି ହୋଇଗଲାଣି ।
ବର୍ତମାନ ଜିଲ୍ଲାରେ ମୋଟ ୧୩୭ ଆକ୍ରାନ୍ତଙ୍କ ମଧ୍ୟରୁ ପୁର୍ବରୁ ୨୫ ଜଣ ଓ ଆଜି ଆଉ ୫ଜଣଙ୍କୁ ମିଶାଇ ମୋଟ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ୧୦୭ ଜଣ କରୋନା ରୋଗୀ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣ ଚିନ୍ତାରେ ଅଛନ୍ତି ।
ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ କୋଭିଡ ହସ୍ପିଟାଲରେ ମଧ୍ୟ ସ୍ଥାନର ଅଭାବ ଦେଖାଦେବା ସମ୍ଭାବନା ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟରେ ରଖି ପ୍ରଶାସନ ସପ୍ତାହର ଶନିବାର ଓ ରବିବାର ସଟଡାଉନ୍ କରିବା ସହ ଦୋକାନ ବଜାର ଖୋଲିବା ସମୟ ୧୧ଟାକୁ କମାଇବା ଜରୁରୀ ହୋଇପଡିଛି । ତା’ସହ ବାଇକ ଓ ଗାଡିମଟର ଚଳାଚଳ ଉପରେ କଟକଣା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେବାସହ ଅମାନିଆଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।