Odisha news

କେନ୍ଦ୍ରାପଡା : ସପ୍ତାହକ ପରେ ରଥଯାତ୍ରା, ରଥ ଯାତ୍ରା ନେଇ ଅନିଶ୍ଚିତତା

0

କେନ୍ଦ୍ରାପଡା : ମହାମାରୀ କରୋନା ପାଇଁ ରଥଯାତ୍ରା ହେବ କି ନହେବ ସେନେଇ ଚର୍ଚ୍ଚା ଚାଲିଥିବା ବେଳେ ଗତ ଜୈ÷୍ୟଷ୍ଠ ପୂର୍ଣ୍ଣମା ଠାରୁ ରଥ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଏଥିରେ ମୁଖ୍ୟ ୫ଖଣ୍ଡ ଦେବଦାରୁ ବଡ କାଠ ଅଭାବ ଯୋଗୁଁ ଏହି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା । ସେଥିରେ ପୁଣି ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ କରୋନା ପାଇଁ ନିର୍ଦ୍ଧିଷ୍ଟ କଟକଣା ଓ ସଟ ଡାଉନ ଏବଂ ଲକଡାଉନ ପରି ପରିସ୍ଥିତି ଭୀତରେ ଏହି ରଥ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଗତ ୪ ଦିନ ତଳେ ଆବଶ୍ୟକ ୫ ଖଣ୍ଡ ଦେବଦାରୁ ଗଡ କାଠ ମିଳିବାରୁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବ ୩ ଦିନ ହେଲା ଲଘୁଚାପ ଓ ମୈାସୁମୀ ଜନିତ ବର୍ଷା ଲାଗି ରହି ଥିବାରୁ ଏହି ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।

ଅପର ପକ୍ଷରେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଶ୍ରୀ ବଳଦେବଜୀୟୁ ମନ୍ଦିର ଦେବୋତର ସଂସ୍ଥାର କତୃପକ୍ଷ ଦ୍ୱନ୍ଦରେ ପଡି ଯାଇଛନ୍ତି ବୋଲି ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । କିନ୍ତୁ ରଥଯାତ୍ରା ହେବା ପାଇଁ ଶ୍ରଦ୍ଧାଳୁ ମାନେ ଦାବି କରୁଥିବାରୁ ଶ୍ରୀ ବଳଦେବଜୀୟୁ ମନ୍ଦିର ଦେବୋତର ସଂସ୍ଥାର କତୃପକ୍ଷ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରଥଯାତ୍ରା ହେବ କି ନହେବ ସେନେଇ ନିଷ୍ପତି ନିଆଯିବ । ଯଦି ରଥଯାତ୍ରା ବନ୍ଦ ରହେ ତେବେ ଏହାର ବିକଳ୍ପରେ କଣ କରାଯିବ ସେ ବାବଦରେ ନିଷ୍ପତି ନିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପତ୍ରୀ ସୂଚନା ଦେଇଛନ୍ତି ।

Leave A Reply