Odisha news

ବଗଡା ପଂଚାୟତରେ ବ୍ଲକ ଅଧ୍ୟକ୍ଷଙ୍କ ବୃକ୍ଷରୋପଣ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତରେ ଗଣେଶ ପୂଜା ଅବସରରେ ବୃକ୍ଷରୋପଣ କରାଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଓ ବିଡିଓ ସୁଧିର କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସରପଂଚ ନିରୂପମା ପ୍ରଧାନ, ପଂଚାୟତ ସଭାପତି ଦେବ ପ୍ରସାଦ ପାଣି, ନାୟବ ସରପଂଚ ସୁଶାନ୍ତ ସାହାଣୀ, ସମାଜସେବୀ ତଥା ଶିକ୍ଷାବୀତ ଭଜକୃଷ୍ଣ ରାଉତ, ଦିବାକର ଜେନା, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ସାହୁ, ଚିତରଞ୍ଜନ ସାମଲଙ୍କ ସମେତ ପଂଚାୟତର ବହୁ ମୁରବୀମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

Nalco
Leave A Reply