Odisha news

ସଡକ ର୍ଦୁଘଟଣାରେ ସ୍କୁଟି ଆରୋହୀ ଗୁରୁତର

0

ସୋର : ଆଜି ଅପରାହ୍ନରେ ସୋର – କୁପାରୀ ରାସ୍ତା ସରଶଂଖ ଛକ ନିକଟରେ ଜଣେ ସ୍କୁଟି ଆରୋହୀ ସଡକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ଔପଦା ବବ୍ଲକ କାଣ୍ଡଗରଡି ପଞ୍ଚାୟତ ଚିନ୍ତାମଣୀପୁର ଗ୍ରାମର ଜଗବନ୍ଧୁ ବେହେରା(୪୫) ତୁଡିଗଢ଼ିଆ ଅଂଚଳରେ ଥିବା ତାଙ୍କ ଭଉଣୀ ଘରକୁ ସ୍କୁଟିରେ ଯାଉଥିବା ବେଳେ ଏହି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ ନୟନଯୋରୀକୁ ଛିଟିକି ପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଜଗବନ୍ଧୁଙ୍କୁ ବାଳେଶ୍ୱର ସ୍ଥାନାନ୍ତର କରାଯାଇଛି ।

Leave A Reply