Odisha news

ଇଛାପୁର ପ୍ରାଥମିକ ବିଦ୍ୟାଳୟରେ ସ୍ୱାବ୍ ସଂଗ୍ରହ ଓ ଜଣେ ପଜିଟିଭ

0

କେନ୍ଦ୍ରାପଡା : କେଦ୍ରାପଡା ପୈାରାଂଚଳ ଅଧିନ ଇଛାପୁର ପ୍ରାଥମିକ ବିଦ୍ୟାଳୟ ଠାରେ ରବିବାର ସ୍ୱେଚ୍ଛାକୃତ ସ୍ୱାବ୍ ସଂଗ୍ରହ କରା ଯାଇଥିଲା । ୧,୨,୩ନଂ ୱାର୍ଡର ଅଧିବାସୀ ମାନେ ଏହି କେନ୍ଦ୍ରରେ ସ୍ୱେଚ୍ଛାକୃତ ଭାବେ ପରୀକ୍ଷା ପାଇଁ ସ୍ୱାବ୍ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଆୟୋଜିତ ଏହି ଶିବିରରେ ୯୦ଜଣଙ୍କ ଠାରୁ ନମୁନା ସଂଗ୍ରହ କରା ଯାଇଛି ।

ତେବେ ଏମାନଙ୍କ ମଧ୍ୟରୁ ଜଣକର ନମୁନା ସଂକ୍ରମିତ ଥିବା ପ୍ରାଥମିକ ପରୀକ୍ଷାରୁ ଜନାପଡିଛି । ଏହି କାର୍ଯକ୍ରମରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ଭୁବନ ମୋହନ କାନୁନ୍ଗୋ, ଅଶୋକ ସାହୁ, ରବିନ୍ଦ୍ର ନନ୍ଦ, ମନରଞ୍ଜନ ମିଶ୍ର, ଦୁର୍ଗା ପ୍ରସାଦ ପତୀ ଏବଂ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ପ୍ରମୁଖ ସ୍ୱାବ୍ ସଂଗ୍ରହରେ ସହାୟତା କରିଥିଲେ

IEC 2 years
Leave A Reply