କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଧୂମାତ ପଂଚାୟତରେ ଧୂମାତ ଗ୍ରାମରେ ଗ୍ୟାସ୍ ଲିକ କରି ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ର ଆସବାବପତ୍ର ସହ ସମସ୍ତ ଘର, ନଗଦ ଟଙ୍କା, ଖାଦ୍ୟଶଶ୍ୟ ସବୁକିଛି ପୋଡି ଧ୍ୱସଂ ହୋଇ ଯାଇଥିଲା ।
ଗ୍ୟାସ ଲିକ ହୋଇ ଏପରି ଘଟଣା ଘଟିଥିବାରୁ ଇନ୍ଦୁପୁର ର ଗ୍ୟାସ ବିତରକ ଅମୁଲ୍ୟ କାନ୍ତ ସାମନ୍ତରାୟ ବିପନ୍ନ ପରିବାରଙ୍କୁ ମୁଖ୍ୟ ଚିକିସôାଳୟରେ ଭେଟି ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ବିପନ୍ନ ପରିବାର ପାଇଁ ଲୁଗାପଟା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି ।
