Odisha news

୩୦ ହାଜର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କାଶୀନଗର ଏନ୍ ଏ ସି ଯନ୍ତ୍ରୀ

0

କାଶୀନଗର (ଆନନ୍ଦ ଚନ୍ଦ୍ର ପାତ୍ର ) ନରେନ୍ଦ୍ର କୁମାର ସାହୁ ୩୬ ଲକ୍ଷ ବ୍ୟୟରେ କାମ ଚାଲୁ ରହୁଥିବା ଏକ ରାସ୍ତା ସହ କେନାଲ କାମ ର ବିଲ୍ ଅନୁମୋଦନ ନିମନ୍ତେ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର
ଭିଜିଲାନ୍ସ ବିଭାଗର ଡି ଏସ୍ ପି ଶରତ କୁମାର ସାହୁ

ରେଡ ହ୍ୟାଣ୍ଡ ରେ ଧରିଥିଲେ। ବିଭାଗ ତରଫରୁ ତାଙ୍କ ନିଜ ବାସଭବନ ଯାହାକି କେନ୍ଦୁଝରର ଜିଲ୍ଲାର ଆନନ୍ଦପୁର ଗ୍ରାମରେ ଅବସ୍ଥିତ ସେଠାରେ ମଧ୍ୟ ଚଢାଉ ଜାରି ରହିଥିବା ସୁଚନା ମିଳିଛି। ଯନ୍ତ୍ରୀ ନରେନ୍ଦ୍ର ସାହୁ କାଶୀନଗର ଠାରେ ରହୁଥିବା ଏକ ଭଡ଼ା ଘରେ ମଧ୍ୟ ଚଢାଉ କରାଯାଇଥିଲା । ସୂଚନା ମୁତାବକ ଯନ୍ତ୍ରୀ ଙ୍କ ଠାରୁ ଠିକାଦାର କେ ତେଜେଶ୍ୱର ରାଓ ଦେଇଥିବା ୩୦ହଜାର ଟଙ୍କା ଓଡିଶା ଭିଜିଲାନ୍ସ ଦ୍ଵାରା ଜବତ କରି ବ୍ରହ୍ମପୁର ଠାରେ ଥିବା ମୁଖ୍ୟ ଭିଜିଲାନ୍ସ କାର୍ଯ୍ୟଳୟକୁ ଅଧିକ ତଥ୍ୟ ଅନୁସନ୍ଧାନ ପାଇଁ ସେମାନଙ୍କୁ ଧରି ଚାଲିଯାଇଥିଲେ।

Govt
Leave A Reply