Odisha news

WHO ର ଚେତାବନୀ : ଯଦି ନିୟମିତ ଚିକେନ ଖାଉଛନ୍ତି, ତେବେ ହୋଇ ଯାଆନ୍ତୁ ସାବଧାନ ଔଷଧ ମଧ୍ୟ କାମ କରିବ ନାହିଁ

0

ଚିକେନ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ହିତକର ବୋଲି ଏହା ଆମେ ସମସ୍ତେ ଶୁଣିଛୁ l  ଚିକେନ ରେ ପ୍ରୋଟିନ, ଭିଟାମିନ ଓ ସ୍ୱାସ୍ଥ୍ୟକୁ ଲାଭ ଦେଉଥିବା ଅନେକ ଜିନିଷ ରହିଛି ବୋଲି ଏହା ଆମେ ଆଜି ପର୍ଯ୍ୟନ୍ତ ଜାଣିଚୁ l ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଚିକେନ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଇବା ଦ୍ୱାରା ଆମର ପ୍ରତିରୋଧକ କ୍ଷମତା ରେ ବାଧା ସୃଷ୍ଟି କରିଥାଏ l  ଏହି ଗବେଷଣାରେ କୁହାଯାଇଛି ଯେ ଯେଉଁମାନେ ଅଧିକ ଚିକେନ ଖାଇ ଥାଆନ୍ତି ସେମାନଙ୍କ ଆଣ୍ଟିବାୟୋଟିକ ଔଷଧ ର ପ୍ରଭାବ ଠିକ ଭାବରେ କାର୍ଯ୍ୟ କରି ନଥାଏ l

– ଦୁର୍ବଳ ହୋଇଥାଏ ଇମ୍ୟୁନିଟି –
ଅଧିକାଂଶ ପୋଲଟ୍ରି ଫlର୍ମ ର ମାଲିକ ମାନେ ନିଜ ଚିକେନ ର ସ୍ୱାସ୍ଥ୍ୟ କୁ ମେଣ୍ଟେନ କରିବା ପାଇଁ ବହୁତ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ ଔଷଧ ଦେଇ ଥାଆନ୍ତି l  ତେଣୁକରି ଯେଉଁ ବ୍ୟକ୍ତିମାନେ ଅଧିକ ଚିକେନ ଖାଇ ଥାଆନ୍ତି ସେମାନଙ୍କୁ ରୋଗ ଗ୍ରସ୍ତ ହେଲେ କୌଣସି ଆଣ୍ଟି ବାୟୋଟିକ ଔଷଧ ସହଜରେ କାମ କରି ନଥାଏ l

– ଶରୀର ଉପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ –
ଗବେଷକ ଙ୍କ ସୂଚନା ଅନୁସାରେ ଫାର୍ମ କୁକୁଡ଼ା ମାନଙ୍କୁ ଅନେକ ପ୍ରକାରର ଔଷଧ ଓ ଇଞ୍ଜେକ୍ସନ ଦିଆ ଯାଇଥାଏ l  ଯାହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ଥାଏ l ଯେପରିକି ମଧୁମେହ, ରକ୍ତଚାପ ବୃଦ୍ଧି, ମେଦ ବହୁଳତା ଇତ୍ୟାଦି l

– କଣ କହୁଛି WHO ର ରିସର୍ଚ୍ଚ –
WHO ର ସୂଚନା ଅନୁସାରେ ଅତ୍ୟଧିକ ଚିକେନ ସେବନ ଶରୀର ଉପରେ ବିଭିନ୍ନ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ଥାଏ l ଯେପରିକି ଆବଶ୍ୟକତା ଠାରୁ ଓଜନ ବୃଦ୍ଧି ଗୋଟିଏ ବଡ଼ କାରଣ, ଏହାଛଡା ଦେଖିବାକୁ ମିଳୁଛି ଯେ ଯେଉଁ ବ୍ୟକ୍ତିମାନେ ଅଧିକ ଜୈବ ଔଷଧ ଯୁକ୍ତ ଭୋଜନ ଗ୍ରହଣ କରୁଛନ୍ତି ସେମାନେ ଅଧିକ ସଂକ୍ରମଣ ଜନିତ ରୋଗରେ ପ୍ରଭାବିତ ହେଉଛନ୍ତି l  ଯାହା ଗୋଟିଏ ବଡ଼ ଚିନ୍ତାର କାରଣ ହୋଇଛି l ତେଣୁ ଅତ୍ୟଧିକ  ମାତ୍ରାରେ ଚିକେନ ସେବନ ତ ଠିକ ନୁହେଁ, ତା ସହିତ ଜୈବ ଔଷଧ ଯୁକ୍ତ ଖାଦ୍ୟ ମଧ୍ୟ ମଣିଷ ଶରୀର ପାଇଁ ଠିକ ନୁହେଁ l ତେଣୁ ବିଶେଷ ଭାବରେ ଚିକେନ ଖାଇବା ଠାରୁ ଦୂରେଇ ରୁହନ୍ତୁ L

Govt
Leave A Reply