Odisha news

କଣ୍ଟାପଡା ଲୋକକଳା ମହୋତ୍ସବ ଅନୁଷ୍ଠିତ

0

କଣ୍ଟାପଡା: କଣ୍ଟାପଡା ବ୍ଲକ ଲୋକକଳା ମହୋତ୍ସବ ୨୦୨୦ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରୀକ ଲୋକନୃତ୍ୟ ଓ ଲୋକ ସଂଗୀତର ଏକ ନିଆରା ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ କଣ୍ଟାପଡା ବ୍ଲକ ଶାଖା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ,ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ, ଜିଲ୍ଲା କଳା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଲୁପ୍ତ କଳାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର ଯୋଜନା ସମ୍ପର୍କରେ ବୁଝାଇ କହିଥିଲେ । ଏହି ଅବସରରେ ଆୟୋଜିତ କଳା ସଂସ୍କୃତିର ଏକ ଶୋଭାଯାତ୍ରାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପତ୍ତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ କଳା ସଂସ୍କୃତି ସଂଘର ଉପ ସଭାପତି ଜ୍ଞାନପ୍ରିୟ କାନୁନଗୋ ପରିଚାଳନା କରିଥିଲେ ।ଣ୍ଟା ଏହି ଅବସରରେ ବ୍ଲକ କଳା ସଂସଦର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ପାରମ୍ପରୀକ ଲୋକକଳା ପଦର୍ଶିତ ହୋଇଥିବା ବେଳେ ଏହି ବିଭିନ୍ନଚଳାକାର ସଂଘକୁ ସମ୍ଭର୍ଦ୍ଧିତ କରାଯାଇଥିଲା ।

Leave A Reply