Odisha news

କଣିହାଁ : ଗାଁଦାଣ୍ଡରେ ମହିଳାକୁ ହତ୍ୟା ଘଟଣା ହତ୍ୟାକାରୀ ଲକ୍ଷ୍ମଣ ସାହୁ କୋର୍ଟ ଚାଲାଣ

0

କଣିହାଁ,୨୬/୫(ସବ୍ୟୁ) କଣିହାଁ ଥାନା ପୋଇପାଳ ଗ୍ରାମର ଗାଁ ଦାଣ୍ଡରେ ସବିତା ବେହେରା(୩୮)ନାମକ ମହିଳାକୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ସେହି ଗ୍ରାମର ଲକ୍ଷ୍ମଣ ସାହୁ(୬୦)କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । କୋର୍ଟରେ ତାର ଜାମିନ ନାମଂଜୁର ହୋଇଯିବାରୁ ତାକୁ ଜେଲ ଜାହତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

ଉକ୍ତ ହତ୍ୟାକାଣ୍ଡ ସଂପର୍କରେ ପାଳଲହଡା ଏସଡିପିଓ ଯଶୋବନ୍ତ ସାମଲ, କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଏକ ମୋକଦମା୯୬/୨୦ ରୁଜୁ କରି ତଦନ୍ତ ଚଳାଇଥିଲେ । ପୋଲିସ ସୋମବାର ହତ୍ୟାକାରୀ ଲକ୍ଷ୍ମଣକୁ ଧରିବା ସହ ତାଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ସୋମବାର ତଦନ୍ତ ନେଇ ଶବ ଉଠାଇବାରେ ସଂଧ୍ୟା ହୋଇଯିବାରୁ ମୃତ ସବିତାର ମଙ୍ଗଳବାର ଦିନ ଶବ ବ୍ୟବଛେଦ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.