Odisha news

କ୍ରୋମାଇଟି ଟ୍ରକ ଜବତ , ୬ ଅଟକ , ଡିଡିଏମ ଙ୍କୁ ଅପେକ୍ଷା

0

ଭୁବନ ୨୯.୫.୨୦୨୦ : କ୍ରୋମାଇଟି ଚୋରୀ ଭୁବନ ଅଚଂଳରେ ନୁଆ କଥା ନୁହେଁ । ଲକଡାଉନର ସୁଯୋଗ ନେଇ ଚାଲିଛି ଚୋରା ବେପାରୀ । ଏ ସଂର୍ପକରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଢେଙ୍କାନାଳ ପୋଲିସ ଯାଜପୁର ଢଙ୍କୋନାଳ ବର୍ଡରୁ ଜବତ କରିଥିଲେ ୨ଟି ଟ୍ରକ ଗିରଫ କରିତôଲେ ୬ ଜଣ ବ୍ୟକ୍ତିଙ୍କୁ । ଖବର ନେବାରେ ଜଣାଯାଏ ୍େ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କାଖାଇ ଗ୍ରାମର ସୀମାନ୍ତରେ ଅବସ୍ଥିତ ଯାଜପୁର ଜିଲ୍ଲାର ପୁବଳ ଗ୍ରାମରେ ରହିଛି ଏକ କ୍ରୋମ ବିଶୋଧନ ପ୍ଲାଣ୍ଟ । ଏହି ପ୍ଟାଣ୍ଠରୁ ୨ଟି ଟ୍ରକ କାନଖାଇ ଗ୍ରାମ ଦେଇ ନିର୍ଦ୍ଦାରିତ ସ୍ଥାନକୁ ଯାଉଥିଲା ।

କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭୁବନରେ ପହଁଚି ଏଏସଆଇ ରମେଶ ସ୍ୱାଇଁଙ୍କୁ ପଠାଇ ଗାଡି ଦୁଇଟିର ଗତିବିଧି ସଂର୍ପକରେ ନଜର ରଖିଥିଲେ । ଢେଙ୍କାନାଳ ଜିଲ୍ଲରେ ପ୍ରବେଶ କରିବା କ୍ଷଣି ପୋଲିସ କାବୁ କରିନେଇଥିଲେ । ଏହି ଦୁଇ ଗାଡିରେ ଥିବା ଚାଳକମାନଙ୍କୁ ଭୁବନ ଥାନାକୁ ନେବା ବେଳକୁ ମୋଟରସାଇକେଲରେ ଜଣେ ଯୁବକ ଏକ ପୋଲିସ ବାନିଅନ ପିନ୍ଦି ଗାଡିର ଟ୍ରାନଜିଟ ପାଶ ଆଣି ଦେଇଥିଲେ । ଘଟଣାସଯତଳରୁ ୨ ଚାଳକଙ୍କ ସମେତ ସମୁଦାୟ ୬ ଜଣଙ୍କୁ ଥାନାକୁ ଆଣି ଅଟକ ରଖାଯାଇଛି । ଏହି ଟ୍ରକ ଦୁଇଟିକୁ ଭୁବନ କୁ ଅଣାଯାଇଛି । ଭୁବନ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନାଧିକାରୀଙ୍କର ୨୪ ଘଣ୍ଟା ହୋଇନି ।

ସେ ଧରିଲେ ଦୁଇଟି କ୍ରୋମାଇଟି ଟ୍ରକ । କଣ ପୂର୍ବତନ ଥାନାଧିକାରୀ ଏହାକୁ ଧରୁ ନଥିଲେ କାହିଁକ ? ତେବେ କ୍ରୋମାଇଟି ଚୋରା ଚାଲାଣ ଫଛରେ କିଏ? ତାହା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଶୁଣାଯାଇଉଛି ଜଣେ ନେତାଙ୍କୁ ଫଶାଇବାକୁ ଚାଲିଛି ଚକ୍ରାନ୍ତ । ୬ଜଣ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି । ଏହି କ୍ରୋମାଇଟି ଟ୍ରକ ଗୁଡିକ ରେ ଏ ଟାଇପି ଟ୍ରାନଜିଟ ପାଶ ଥିବାବେଳେ ପ୍ରକୃତ ପାଶ ନଥିବା ସୂଚନା ମିଳିଛି । ପ୍ଲାଣ୍ଟ ମାଲିକ ସମସ୍ତ କାଗଜାତ ଯୋଗାଡରେ ଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ ସହଯୋଗ କରୁଛି । ତେବେ ବାରମ୍ବାର ଚୋରୀ ହେଉଥିବା ଏହି ଇଲାକାରେ ସତରେ କଣ ଚୋରୀ ବନ୍ଦ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

୨ଦିନ ବିତି ଗଲାଣି ତାଳଚେର ଡିଡିଏମ ଘଟଣା ସ୍ଥଳକୁ ଆସିବା ପରେ ଯାଇ ସମସ୍ତ ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ ହେବ ବୋଲି ଜଣାଯାଇଛି । ତେବେ ବିଶୋଧନ ପ୍ଲାଣ୍ଟରି ବାହାରିତରବା କ୍ରୋମାଇଟି କେଉଁ ଖଣିରୁ ଆସିଥିଲା । କେବେ ଆସିଥିଲା । କେଉଁଠିକୁ ଯିବାର ତôଲା ତାହା ର ସମସ୍ତ ବିବରଣୀ ଜଣାଇବା ପାଇଁ ବୁଦ୍ଦୀଜୀବୀ ମହଳରେ ଉସôକତା ଦେଖାଦେଇଛି । ସରକାରକ ମାଲ ଦରିଆ ମେଁ ଦାଲ ଭଳି ଅତିତରେ ଏଭଳି ଲୋକ ଦେଖାଣିଆ ଚଢାଉ କରାଯାଇଛି । ପୁଣି କିଛି ଦିନ ପରେ ଯମେିତି ବେପାର ଚାରେ ତାହା ମଦ୍ୟ କରାଯାଏଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୋଲିସ ବାନିଅନ ପିନ୍ଦିଥିବା ଯୁବକ ଜଣକ ଏହି ବ୍ୟବସାୟ ସହିତ କିଭଳି ସଂପଋକ୍ତ ତାହା ଜାଣିବାକୁ ବାକି ରହିଲା ।

Nalco

Leave A Reply