ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ୧୫ଦଫା ଦାବିରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଦାବି ଦିବସ ପାଳିତ
ଅନୁଗୁଳ : ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଯୋଗାଇ ଦେବା ସହ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବା, ଦୁର୍ଘଟଣାରେ ମୃତ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ଦୁର୍ଘଟଣାଗ୍ରସ୍ତ ସମସ୍ତ ଶ୍ରମିକଙ୍କର ଚିକିତ୍ସା ଦାୟିତ୍ୱ ବହନ କରିବା, ପ୍ରବାସୀ ଶ୍ରମିକଙ୍କୁ ବର୍ଷସାରା ଉପଯୁକ୍ତ କାମ ଯୋଗଇଦେବା, ରାଜ୍ୟର ସମସ୍ତ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ପ୍ରବାସୀ ଶ୍ରମିକଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ସହ ସେମାନଙ୍କ ଉପରେ ଆମାନବୀୟ ବ୍ୟବହାର ବନ୍ଦ କରିବା, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡିକାଲ ଷ୍ଟାଫ୍ମାନଙ୍କୁ ଆବଶ୍ୟକ ପିପିିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଅବିଳମ୍ବେ ଯୋଗାଇଦେବା
କରୋନା ଯୋଗୁଁ କ୍ଷତିଗ୍ରସ୍ତ ଦୁଗ୍ଧ, ପରିବା, ମତ୍ସ୍ୟ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା, ଅଣସଂଗଠିତ ଶ୍ରମିକ, ଉଠା ଦୋକାନୀ, ଅଟୋ ଚାଳକ, ରିକ୍ସା ଚାଳକ, ଦର୍ଜୀ, ପାଚିକା, ପରିଚାରିକା, ଆଶା, ଅଙ୍ଗନବାଡି କର୍ମୀ, ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଥିର୍କ ସହୟତା ଯୋଗାଇଦେବା, ଶିକ୍ଷାର ସମସ୍ତ ସ୍ତରରେ ସମସ୍ତ ପ୍ରକାର ଫିସ୍ ଛାଡ କରିବା, ମଦ ବିକ୍ରି ସଂପୂର୍ଣ୍ଣ ନିଷିଦ୍ଧ କରିବା, ସରକାରଙ୍କ ଘୋଷିତ ଦୁଇ ମାସର ବିଦୁ୍ୟତ୍ ଦେୟ ଛାଡ କରିବା ସହ ବିଦୁ୍ୟତ୍ କ୍ଷେତ୍ରକୁ ସରକାରୀ-କରଣ କରିବା, ଦେନକି କାର୍ଯ୍ୟ ନିଘର୍ଣ୍ଟ ୮ଘଣ୍ଟାରୁ ୧୨ଘଣ୍ଟା ବଦ୍ଧୃି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ଆଧାର କାର୍ଡ ଥାଇ ଖାଦ୍ୟ ସୁରକ୍ଷା ଆଇନ୍ରେ ପରିସରଭୁକ୍ତ ହୋଇନଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ ଯୋଗାଇଦେବା
ଖରିଫ ଫସଲ ପାଇଁ ସାର, ବୀହନ, ଔଷଧ, କୃଷି ଯନ୍ତ୍ରପାତି ମାଗଣାରେ ଯୋଗାଇଦେବା ସହ ଚାଷୀମାନଙ୍କ ଋଣ ସମ୍ପୂୂର୍ଣ୍ଣ ଛାଡ କରି ବିନା ସୁଧରେ ନୂଆ ଋଣ ପ୍ରଦାନ କରିବା, ବିନା ସଲାମୀରେ ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇଦେବା, ଅମ୍ଫନ୍ ବାତ୍ୟାରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା ଆଦି ଦାବିରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ରାଜ୍ୟବ୍ୟାପୀ ଦାବି ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଆଞ୍ଚଳିକ କମିଟି ଉଦ୍ୟୋଗରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯିବା ସହ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁ, ପ୍ରମୋଦ କୁମାର ପ୍ରଧାନ, ସଞ୍ଜୟ ସାହୁ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ପ୍ରଭାସୀ ସ୍ୱାଇଁ, ନିରୂପମା ନାୟକ, ଉଦୟ ଭୋଇ, ନାରାୟଣ ନାୟକ, ପ୍ରଭାତ ପ୍ରଧାନ, ସୁରେନ ସାହୁ, ନିର୍ମଳ କୁମାର ସାହୁ, ଅମୂଲ୍ୟ ସାହୁ ପ୍ରମୁଖ ଲକ୍ଡାଉନ୍ର ନିୟମ ମାନି ଦାବି ସମ୍ବଳିତ ପ୍ଲାକାର୍ଡ ପ୍ରଦର୍ଶନ ଜରିଆରେ ଦାବି ଜଣାଇଛନ୍ତି ।