Odisha news

କଂସମୁଣ୍ଡା ଗ୍ରାମକୁ ୩ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

0

କଣିହାଁ : କଣିହାଁ ଅଂଚଳରେ ୨ଜଣ କରୋନା ସଂକ୍ରମିତ ନେଇ ସଂକ୍ରମଣ ଭୟରେ କଂସମୁଣ୍ଡା ଗ୍ରାମକୁ ୩ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି କଣିହାଁ ସରପଞ୍ଚ ସୁଲୋଚନା ସାହୁ l

୩୧ତାରିଖ ସନ୍ଧ୍ୟା ୬ଘଟିକା ଠାରୁ ୩ତାରିଖ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ୩ଦିନ ପାଇଁ ସରପଞ୍ଚ ସଟ ଡାଉନ ଘୋଷଣା କରିଛନ୍ତି l

ଶୁକ୍ରବାର ଦିନ ମେଡିକାଲ ଟିମ ପକ୍ଷରୁ କଣିହାଁ ବ୍ଲକର ବିଭିନ୍ନ ଗ୍ରାମରୁ ୬୦ ସ୍ୱାବ ସଂଗ୍ରହ କରାଯାଇଛି l କଂସମୁଣ୍ଡା ଗ୍ରାମରୁ ୨୬ ଜଣ, କଣିହାଁ ଟିଏମସିରୁ ୧୫ ଜଣ ଓ ଦୁମଦୁମା ରୁ ୧୯ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ଜଣାଯାଇଛି l

Nalco
Leave A Reply