Odisha news

ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା

0
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପାରିବାରିକ         କଳହକୁ କେନ୍ଦ୍ର କରି ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛି l ମୃତକ ଜଣକ ହେଲେ  କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡା ର ସଞ୍ଜୟ ବିଶିମାଝୀ l ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ ପାରିବାରିକ କଳହ ଚାଲିଥିଲା l
କିନ୍ତୁ ଗତ କାଲି ମଧ୍ୟ ପ୍ରତ୍ୟେକ ଦିନ ଭଳି କଳହ ଅତ୍ୟଧିକ  ହୋଇଥିବାରୁ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ ଥିବା ଏକ ମହୁଲ ଗଛ ରେ ରସି ଲଗାଇ ଆତ୍ମହତ୍ଯା କରିଥିଲେ l ବୁଧବାର ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର୍ ଦେଇଥିଲେ l
ଫୁଲବାଣୀ ଟାଉନ ପୁଲିସଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ କରୁଥିବା ପୋଲିସ କହିଛି l
Govt
Leave A Reply