Odisha news

ଗୋଚ୍ଛାପଡା ଥାନା ପକ୍ଷରୁ ରକ୍ତଦାନ ଶିବିର, ୧୦୭ ୟୁନିଟ୍‍ ରକ୍ତ ସଂଗ୍ରହ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପକ୍ଷରୁ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଆୟୋଜିତ ଶିବିରରେ ଗୋଚ୍ଛାପଡା ଥାନା କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ରକ୍ତଦାନ କରିଥିଲେ। ଏହି ଶିବିରରେ ସମୁଦାୟ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଗୋଚ୍ଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି। ପୁଲିସକୁ ଜନସାଧାରଣଙ୍କ ନିକଟତର କରିବାପାଇଁ କରାଯାଉଥିବା ଉଦ୍ୟମ ମଧ୍ୟରେ ଏହି ରକ୍ତଦାନ ଶିବିର ଅନ୍ୟତମ ପଦକ୍ଷେପ ବୋଲି କାର୍ଯ୍ୟକମକୁ ଉଦଘାଟନ କରି ସହକାରୀ କମାଣ୍ଡାଣ୍ଟ ସନ୍ତୋଷ କୁମାର ଦଣ୍ଡସେନା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଅଧିକାରିଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ଲୋକେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡଃ ଜୟଦୀପ ଘୋଷ ଏହି ରକ୍ତଦାନ ଶିବିରକୁ ପରିବଚାଳନା କରିଥିବା ବେଳେ ବ୍ଲଡ ବ୍ୟାଙ୍କର ଲକ୍ଷ୍ମୀଧର ମଣ୍ଡଳ, ସୁଜିତ କୁମାର ସାହୁ ଏବଂ ବରୁଣ ବେହେରା ସମ୍ପାଦନ କରିଥିବା ବେଳେ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।
Govt

Comments are closed.