Odisha news

ଠିକ୍ ସମୟରେ ଆସୁନାହାନ୍ତି ଶିକ୍ଷକ ପାଠ ପଢାରେ ବ୍ୟାଘାତ

0

କଣାସ,୨୫/୦୯/ :ରାଜ୍ୟରେ ସରକାରୀ ବିଦ୍ୟାଳୟ ମାନଙ୍କରେ  ଗୁଣାତ୍ମକ ଶିକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପୋଷାକ ବହିପତ୍ର ଖେଳ ଉପକରଣ ସରକାର ଯୋଗାଇ ଦେଉଛନ୍ତି । କାହିଁଙ୍କିନା ବିଦ୍ୟାଳୟକୁ ଅଧିକ ସଂଖ୍ୟକ ପିଲାମାନେ ଆସି ପାଠ ପଢ଼ରେ ମନନିବେଶ କରିବେ ।ହେଲେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ କେଶପୁରରେ ଥିବା ମନ୍ଦାକିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଚାରିଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି ।ଶିକ୍ଷକ ଶିକ୍ଷୟତ୍ରୀ ସଠିକ୍ ସମୟରେ ବିଦ୍ୟାଳୟକୁ ନଆସିବା ଛାତ୍ର ଛାତ୍ରୀ ମାନଙ୍କୁ ଠିକ୍ ଭାବରେ ଶିକ୍ଷା ଦାନ ନକରିବା ଯାହା ଦ୍ଵାରା ପିଲାମାନେ ନିୟମିତ ବିଦ୍ୟାଳୟକୁ ନଆସି ବାହାରେ ଟିୟୁସନ୍ କରିବା ସହ ଅନେକ ପିଲା ଖେଳ କୁଦରେ ମାତିଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି ।ଶିକ୍ଷାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ୫-ଟି ପକ୍ଷରୁ ଗୋଟିଏ ବିଦ୍ୟାଳୟରେ ଦୀର୍ଘ ଦିନ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି କି ଗୋଟିଏ ବିଦ୍ୟାଳୟରେ ଦୀର୍ଘ ଦିନ ରହିଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନ୍ୟତ୍ର ବଦଳି ପାଇଁ  ।ହେଲେ କଣାସ ବ୍ଲକରେ କୌଣସି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ଓ ଅନେକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ନହୋଇ ଗୋଟିଏ ସ୍ଥାନରେ ପଡ଼ି ରହିବା ଯୋଗୁ ପିଲାମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି  ହେଉଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ।ସୂଚନା ଥଉକି ମନ୍ଦାକିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେଶରପୁରରେ ଜଣେ ଶିକ୍ଷୟତ୍ରୀ  ୧୯/୧୨/୨୦୦୭ ମସିହାରୁ ଗୋଟିଏ ସ୍ଥାନରେ ଆଯକୁ ୧୬ ବର୍ଷରୁ ଉର୍ଦ୍ଧ୍ବ ହେବ ରହିଥିଲେ ମଧ୍ୟ କାହିଙ୍କି ଅନ୍ୟତ୍ର ବଦଳି କରାଯାଉନାହିଁ ବୋଲି ଅଭିଭାବାକମାନେ ଅଭିଯୋଗ ଆଣିଛନ୍ତି ।ଏହି ଅଭିଯୋଗକୁ ଭିତିକରି ସ୍ଥାନୀୟ ସମିତି ସଭ୍ୟ ପ୍ରତିନିଧି ଓ ଆମ ସମ୍ବାଦଦାତା ବିଦ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ ।ଏଭଳି ସମସ୍ୟା ବିଷୟରେ ତୁରନ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ,୫- ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply