ବୁଗୁଡ଼ା, ୨୫ /୯: ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଣିତରା ଗ୍ରାମରେ ଦେଶ ପାଇଁ ବଳିଦାନ ଦେଇଥିବା ବିର ସହିଦ ମାନଙ୍କ ପାଇଁ ସମର୍ପିତ ଅଭିଯାନ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ଚନ୍ଦ୍ର ମହାନ୍ତି,ନୀଳମଣି ବିଷୋୟୀ,ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ,ଏସ ସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ଲୋକସଭା ବିସ୍ତାରକ ସନ୍ତୋଷ ବିଶ୍ଵାଳ,ପୋଲସରା ବିସ୍ତାରକ ସୌମ୍ୟା ରଞ୍ଜନ ସାହୁ, ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆ, ଗୋପାଳ ଗୌଡଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଯୋଗଦେଇ ଘରକୁ ଘର ଯାଇ ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ l