Odisha news

ମେଡିକାଲରେ ଫ୍ୟାନ୍ ଖସି ଶିଶୁ ଆହତ

0

କଣାସ,୧୬/୦୯/ : ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଣ୍ଡାରସିଂହ ଗ୍ରାମର ଯତୀଶ ମହାପାତ୍ରଙ୍କ ଭିନ୍ନ କ୍ଷମ ପୁଅ ବିଶ୍ୱଜିତ ମହାପାତ୍ର ବୟସ (୪)କଣାସ ମେଡିକାଲରେ ଚାଲିଥିବା ହେଲେଥ୍ କ୍ୟାମ୍ପକୁ ଚିକିତ୍ସା ନିମନ୍ତେ ଆସିଥିଲେ ।ହେଲେ ବସିଥିବା ଅବସ୍ଥାରେ  ଛାତରେ ବୁଲୁଥିବା ଫ୍ୟାନଟି ହଠାତ୍ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ  ପିଲାଟିର ମୁଣ୍ଡରେ  ଆଘାତ ଲାଗିଥିଲା ।ପରେ ଉପସ୍ଥିତ ଥିବା ଡ଼ାକ୍ତର   ପିଲାଟିର ସଙ୍ଗେ ସଙ୍ଗେ ଚିକିତ୍ସା କରାଇଥିଲେ ।ଶିଶୁଟିର ଅଧିକ କିଛି ହୋଇଥିବା ଭାବି ପିତା ମାତା ଅଧିକ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା କରିବା ପାଇଁ ଦାବୀ କରିବାରୁ କଣାସ ମେଡିକାଲର ଡ଼ାକ୍ତର ଓ କର୍ମଚାରୀମାନେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି ।

Leave A Reply