Odisha news

ମୁଖ୍ୟ ଶାସନ ସଚିବଙ୍କୁ ଶିକ୍ଷକ ଦାବିପତ୍ର ଦେଲେ

0

କଣାସ ୨୩/୦୨/୨୦୨୩ :  ରାଜ୍ୟ ସରକାର ଶିକ୍ଷାର ଉନ୍ନତି ଦିଗରେ କୋଟି କୋଟି ଟଙ୍କା ବ୍ୟୟରେ ଉନ୍ନତ ମାନର ଶ୍ରେଣୀ ଦୃହ,ବିଜ୍ଞାନଗାର,ପାଠ ଉପକରଣ,ଲାଇବ୍ରେରୀ ଓ ଅଭିଜ୍ଞ ଶିକ୍ଷକ ନିଯୁକ୍ତି କରୁଛନ୍ତି ।ହେଲେ ବିଡ଼ମ୍ବନାର ବିଷୟ ସମାଜରେ  ଅନେକ ଦୃଷ୍ଟିବାଧିତ, ଶ୍ରବଣବାଧିତ, ବାକଶକ୍ତିବାଧିତ ଓ ଅନ୍ୟାନ୍ୟ ୮ପ୍ରକାରର ଡିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଛନ୍ତି ।ସେମାନେ ମଧ୍ୟ ସାଧାରଣ ପିଲାଙ୍କ ଭଳି  ପାଠ ପଢ଼ିବେ ,ଖେଳିବେ ଓ ବୁଲିବାର ଅଧିକାର ରହିଛି । ହେଲେ ସେମାନଙ୍କୁ  ଭାଷା ଓ ଆଙ୍ଗ ପ୍ରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରିପାରିବ ଜଣେ ଜଣେ ସ୍ଵତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ।ରାଜ୍ୟରେ ଅନେକ ଶିକ୍ଷା ଅନୁଷ୍ଠାନରେ ୮୩ ହଜାରରୁ ଅଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି କିନ୍ତୁ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି ।

କାରଣ ସରକାରୀ ବେସରକାରୀ ବିଦ୍ୟାଳୟରେ  ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ସ୍ବତନ୍ତ୍ର ଶିକ୍ଷକ ନାହାନ୍ତି ।ଓଡ଼ିଶାରେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଜଣେ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଜୁଲାଇ ୨୧/୨୦୨୨ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରୁନଥିବାରୁ ୬୦୦୦ରୁ ଉର୍ଦ୍ଧ ଆଶାଇ ଶିକ୍ଷକ ଶିକ୍ଷୟତ୍ରୀ ଚାକିରି ଆଶାରେ ପଡ଼ିରହିଛନ୍ତି ।ସେଥି ମଧ୍ୟରୁ ଅନେକ ପିଲାଙ୍କ ବୟସ ଚଳିଯିବାରୁ ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ଏହି ଉଦ୍ଦେଶ୍ୟରେ ଆଜି ଓଡ଼ିଶା ସୋସିଆଲ ଏଜୁକେଟର ଫେଡେରସନ ଫର୍ ଦିବ୍ୟାଙ୍ଗ ପୁରୀ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ କଣାସ ବ୍ଲକ୍ ବିଡ଼ିଓ ପବିତ୍ର କୁମାର ବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସତ୍ୟପିର ରାଉତରାୟ,ରଶ୍ମିରଞ୍ଜନ ଜେନା,ପ୍ରତ୍ୟୁଷ ପ୍ରଧାନ,ସର୍ଦ୍ଧାଞ୍ଜଳି ମଙ୍ଗରାଜ ଓ ଶର୍ମିଷ୍ଠା ନାୟକ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Nalco
Leave A Reply