କଣାସ୦୭/୦୨/୨୦୨୩ : ପୁରୀ ଜିଲ୍ଲା କଣାସ ବ୍ଲକ୍ ନୂଆ ଜଗନ୍ନାଥ ସଡ଼କ ବେଣାଗାଁ ସେତୁ ଉପରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ଖବର ନେବାରେ ଜଣାପଡିଛି ମଙ୍ଗଳବାର ଦିନ ୧୦ଟା ସମୟରେ ପୁରୀ ଅଭମୁଖେ ଏକ ବାଇକ୍ ଯୋଗେ ଟାଙ୍ଗୀ ଅଞ୍ଚଳର ଜଣେ ଯୁବକ ଯାଉଥିବା ବେଳେ ବିପରୀତ ଦିଗରୁ ବିନ୍ଧଣ ଗ୍ରାମର ଜଣେ ଯୁବକ ଯାଉଥିବା ବେଳେ ମୁହାମୁହିଁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ୧୦୮କୁ ଖବର ଦେଇଥିଲେ ଓ ଉଭୟ ଯୁବକଙ୍କୁ କଣାସ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଇଥିଲେ ।ବିନ୍ଧଣ ଗ୍ରାମର ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବେଶ୍ବର ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ କଣାସ ପୁଲିସ ପହଞ୍ଚି ବାଇକ୍ ଦୁଇଟିକୁ ଜବତ କରିଛି ।।
