Odisha news

କଣାସରେ ଉମାଙ୍କ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ବଳନ

0

କଣାସ-୩୦/୦୯/୨୦ : ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କୋୖଣସି ଗୁଣରେ କମନୁହେଁ। ଚାଲିଥିବା ବିଧାନସଭା ରେ ଏହିନେଇ ସମସ୍ତ ଏମଏଲଏ ମନ୍ତ୍ରୀ ତଥା ଲୋକ ପ୍ରତିନିଧି ମାନଙ୍କୁ କୋଭିଡ଼ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର କୋଭିଡ ଥିବା ଜଣାପଡିଛି। ସତ୍ୟବାଦୀ ବିଜେଡି ଯୁବବିଧାୟକ ଉମାକାନ୍ତ ସାମନ୍ତରାୟଙ୍କର କୋଭିଡ ଥିବାର ଜଣାପଡିବା ପରେ ସେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଛନ୍ତି।

ଏହି ଖବର ପାଇବା ପରେ ବିଜେଡି ତଥା ସମଗ୍ର ସତ୍ୟବାଦୀ ଅଞ୍ଚଳରେ ଶ୍ରୀ ସାମନ୍ତରାୟଙ୍କ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ବଳନ କରାଯାଉଥିବା ବେଳେ ଆଜି କଣାସ ଅଞ୍ଚଳର ଆରାଧ୍ୟ ଦେବୀ ମା କୁଞ୍ଜେଶ୍ୱରୀ ଦେବୀ ଙ୍କ ନିକଟରେ ବିଜେଡି ଦଳ ତରଫରୁ ଏକ ପ୍ରଦୀପ ପ୍ରଜ୍ବଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ କଣାସ ବ୍ଲକ ବିଜେଡି ସଭାପତି ସୁରେଶ କୁମାର ସାହୁ ,ଯୁବ ସଙ୍ଗଠକ ସଞ୍ଜୟ କୁମାର ଭୋଳ, କଣାସ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷା ସସ୍ମିତା ସୁନ୍ଦରାୟ, ସଙ୍ଗଠକ ବିରଞ୍ଚି ନାୟକ , ସିରେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜା ସାମନ୍ତରାୟ, ଗୋପୀନାଥ ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଦୁଷ୍ମତ ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଙ୍କ ପ୍ରତିନିଧି ଲିଙ୍ଗରାଜ ସ୍ୱାଇଁ, ଭିକାରୀ ଚରଣ ବଳିୟାରସିଂହଁ, ବିଜୟ ଭୋଳ ତଥା କଣାସ ବ୍ଲକର ସମସ୍ତ ବିଜେପି ସରପଞ୍ଚ ନୋମିନ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ।

Leave A Reply