Odisha news

ମିଶନ ଶକ୍ତି ମହିଳାଙ୍କ କବି ସମ୍ମିଳନୀ

0

କଣାସ,୦୪/୦୨/  : ଭାଷା ହିଁ ଭବିଷ୍ୟତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ସାରା ରାଜ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ  ପୁରୀ ଜିଲ୍ଲା କଣାସ ବ୍ଲକ୍ ମହିଳା ଶିଶୁ ବିକାଶ  କାର୍ଯ୍ୟାଳୟରେ ମିଶନ ଶକ୍ତି ମହିଳାମାନଙ୍କୁ  ନେଇ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏଥିରେ କଣାସ ବ୍ଲକ୍ ର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୩୦ଜଣ ମହିଳା ଭାଗ ନେଇଥିଲେ ।କାର୍ଯ୍ୟକ୍ରମରେ  ବିରତୋଇ ମହିଳା ମଣ୍ଡଳର ଜାଗୃତି ସାହୁ ପ୍ରଥମ ହୋଇଥିବା ବେଳେ ମା ଭବାନୀ ମହିଳା ମଣ୍ଡଳର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଦ୍ୱିତୀୟ ହୋଇଥିଲେ ।ସେହିପରି ଓଁ ଶ୍ରୀ ବାଲୁଙ୍କେଶ୍ବର ମହିଳା ମଣ୍ଡଳର ଶେଫାଳୀ ସାହୁ ତୃତୀୟ ହୋଇଥିଲେ ।ପ୍ରକାଶ ଯେ,ମହିଳାଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଏହି କବିତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ କଣାସ ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ସାହୁ,ସିଡ଼ିପିଓ ସ୍ମିତା ମହାନ୍ତି,ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ଉଲ୍ଲାସ ସାମନ୍ତରାୟ,ଶାନ୍ତିଲତା ସାହୁ ଅତିଥି ଭାବେ ଯୋଗଦେଇଥିଲେ । ବିଜୟଲକ୍ଷ୍ମୀ ମହାରଣା ପରିଚାଳନା କରିଥିଲେ ।ସମସ୍ତ ମହିଳାମାନଙ୍କୁ ସମ୍ମାନୀତ କରାଯାଇଥିଲା।

Govt
Leave A Reply