କଣାସ : ବର୍ଷକୁ ଥରେ ଆସିଛି ପାର୍ବଣ ଧରାବତରଣ କରିଛନ୍ତି ମାଆ । ମାଆଙ୍କୁ ଆବାହନ କରି ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବରରେ ପାଳନ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ସେହି ପୂଜାକୁ ସରସ ସୁନ୍ଦର ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ କଣାସ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସମନ୍ଵୟ ଶାନ୍ତି କମିଟି ବୈଠକ ବ୍ଲକ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଣାସ ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉପସ୍ଥିତ ଥିବା ବେଳେ ବିଭିନ୍ନ ଗ୍ରାମର ମୂରବୀ,ସଭାପତି ଯୋଗଦେଇଥିଲେ ।ଅଞ୍ଚଳର ଆରାଧ୍ୟା ଠାକୁରାଣୀ ମାଆ କୁଞ୍ଜେଶ୍ୱରୀଙ୍କ ଚଳନ୍ତି ପ୍ରତିମା ସବୁ ବର୍ଷ ପରି ଚଳିତ ବର୍ଷ ଆଖ ପାଖ ଗ୍ରାମମାନଙ୍କୁ ଯାଇ ଦଶହରା ମଣ୍ଡପରେ ବସିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇ ଭୋଗ ଲାଗିହେବ । ପରମ୍ପରା ଅନୁଯାୟୀ ମା କୁଞ୍ଜେଶ୍ଵରୀଙ୍କ କାଠି ଷୋଳ ଦେଶକୁ ଯାଇ ଗ୍ରାମ ପରିକ୍ରମା କରିବ । ଶାନ୍ତି ଶୃଙ୍ଖଳାର ସହ ଏହି ପୂଜା ସମ୍ପନ୍ନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।