Odisha news

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଲେ

0

ଭୋପାଳ: ଶୁକ୍ରବାର ଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି। ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ। କିଛି ସମୟ ପୂର୍ବରୁ କମଲନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ।

ANI

@ANI

Kamal Nath has submitted his resignation to Madhya Pradesh Governor Lalji Tandon. His letter states “All that has happened in Madhya Pradesh in the last two weeks is a new chapter in the weakening of democratic principles.”

View image on TwitterView image on Twitter
280 people are talking about this

କମଲନାଥ ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଥିଲେ ଯେ ବେଙ୍ଗଲୁରୁରେ ବିଧାୟକଙ୍କୁ ବନ୍ଧକ ରଖାଯାଇଥିବା ଘଟଣା ପଛରେ ଭାରତୀୟମାନେ ସତ୍ୟ ଦେଖିପାରିବେ। ସତ୍ୟ ପ୍ରକାଶ ପାଇବ। ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ସରକାର ବିରୋଧରେ ବିଜେପି ଲଗାତାର ଷଡ଼ଯନ୍ତ୍ର କରିଛି ବୋଲି କମଲନାଥ ଅଭିଯୋଗ କରିଛନ୍ତି। ପ୍ରତି ୧୫ ଦିନରେ ଜଣେ ବିଜେପି ନେତା ଏକ ମନ୍ତବ୍ୟ ଦେଇ କହିଥଲେ ଯେ ଏହି ସରକାର ଏଠାରେ ମାତ୍ର କିଛି ମାସ ରହିଛନ୍ତି ଏବଂ ଅଧିକ ଦିନ ରହିବେ ନାହିଁ। ସେମାନେ କର୍ଣ୍ଣାଟକରେ ଆମର ୨୨ ଜଣ ବିଧାୟକଙ୍କୁ ମଧ୍ୟ ବନ୍ଧକ ରଖିଥିଲେ। ସେମାନେ ଆମର ୨୨ଜଣଙ୍କୁ ପ୍ରଲୋଭନ ଦେଖାଇ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଗଣତନ୍ତ୍ରକୁ ମାରିବା ପାଇଁ ବିଜେପି ଏହା ଯୋଜନା କରିଛି। ମଧ୍ୟପ୍ରଦେଶର ଲୋକମାନେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ବିଶ୍ବାସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନ ଦେଇ ଇସ୍ତଫା ଦେଇପାରନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଥିଲେ। ସେ ଏକ ନିଉଜ୍ ଚାନେଲକୁ ସାକ୍ଷାତକାରରେ ଏହା କହିଥିଲେ। ଦିଗବିଜୟ ସିଂହ କହିଥିଲେ ଯେ କମଲନାଥ ସରକାର ବିଶ୍ବାସ ମତ ହାସଲ କରି ସରକାରକୁ ରକ୍ଷା କରିପାରିବେ ନାହିଁ। ୨୨ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ କମଲନାଥ ସରକାରଙ୍କ ପାଖରେ ବହୁମତ ଲାଗି ସଂଖ୍ୟା ନାହିଁ।

Leave A Reply