ତିହିଡି,୩୦/୦୩: ତିହିଡି ବ୍ଲକ ଅଧିନ ବିଭିନ୍ନ ସ୍ଥାନରେ ଦୋଳ ମେଳନ ଓ କୁମ୍ଭ ବୁଡା ଅନୁଷ୍ଠିତ ହୋଇଯାଇଛି । ମୁକୁନ୍ଦପୁର ପଞ୍ଚାୟତ ଅଧିନ କାଳିମେଘା ମେଳନରେ କରୋନା କଟକଣା ଲାଗି କାଦୁଅ ଖେଳ ହୋଇନାହିଁ । ଏହା ଦ୍ୱାରା ମେଳନର ୩ ଶହ ବର୍ଷର ପରମ୍ପରା ଭାଙ୍ଗିଯାଇଛି । ଅପରାହ୍ଣରେ କଳାିମେଘା ଗାଁର ଦଧିôବାମନ ଜୀଉ କାଦୁଅ ଖେଳି ଖେଳି ମଳେନ ପଡିଆ ମଧ୍ୟକୁ ପ୍ରବେଶ କରିଥାନ୍ତି । ପରେ ମେଳନର ପରିସମାପ୍ତି ଘଟିଥାଏ । ଚଳିତ ବର୍ଷ ମେଳନ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧ଟାରେ ମେଳନକୁ ଭାଙ୍ଗି ଦିଆଯାଇଥିଲା । ମେଳନରେ କୌଣସି ଶୋଭାଯାତ୍ରା ଓ ଡାକବାଜି ଯନ୍ତ୍ର ବ୍ୟବହାର ହୋଇନଥିଲା ।
ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପରସ୍ପର ଅବିର ବୋଳି ମେଳନର ପରମ୍ପରାକୁ ବଜାୟ ରଖିଥିଲେ । ମେଳନର କୌଣସି ଦୋକାନ ଖୋଲି ନଥିବାରୁ ପଡିଆ ଖାଁ ଖାଁ ଲାଗୁଥିଲା । କରୋନା କଟକଣା ପାଇଁ ମେଳନର ଶୋଭା ଯଥେଷ୍ଟ ହ୍ରାସ ପାଇଥିଲା । ମେଳନ କମିଟି ସଭାବତି ବାଣୀକଲ୍ୟାଣ, ସଂପାଦକ ଗଣେଶ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମେଳନକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରାଇଥିଲେ । ସେହିପରି ୨୬ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ତିହିଡି ମେଳନରେ ମଧ୍ୟ ଚଳିତ ବର୍ଷ କାଦୁଅ ଖେଳ ହୋଇନଥିଲା ।
ବିମାନ ଗୁଡିକୁ ସଂକୀର୍ତ୍ତନ ଦଳ ସହିତ ମେଳନ ପଡିଆକୁ ନିଆ ଯାଇଥିଲା । ଅନ୍ୟପକ୍ଷେ ଗୁଆମାଳ ପଞ୍ଚାୟତର ଝାଡପଟା ମେଳନ, କୋହ୍ଲ ଗାଁର ବଡ ଦାଣ୍ଡ ମେଳନ ଏବଂ ମୂଷାଙ୍ଗ ଗାଁର ପଦା ମେଳନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାରୋ ଚାରିମାହଲ ଯାଦବ ସମିତି ପକ୍ଷରୁ ଏବଂ କୋହ୍ଲର ଯାଦବ ମାନଙ୍କ ପକ୍ଷରୁ ନିରାଡମ୍ବର ଭାବେ କୁମ୍ଭ ବୁଡା ପର୍ବ ଅନୁଷ୍ଠିତ ହୋଇଥିଲା । ଯାଦବ ମାନେ ଶୋଭାଯାତ୍ରାରେ ୁକମ୍ଭ ବୁଡାଇ ପରମ୍ପରା ରକ୍ଷା କରିଥିଲେ ।
Comments are closed.