Odisha news

ଦୋଳ ମେଳନ ତୋରଣ ସମେତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

ତିହିଡି,୩୦/୦୩: ତିହିଡି ବ୍ଲକ ଅଧିନ ଗୁଆମାଳ ପଞ୍ଚାୟତର ଝାଡପଟା ଦୋଳ ମେଳନ ତୋରଣ ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହିସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଝାଡପଟା ଦୋଳ ମେଳନ ପଡିଆର ପ୍ରବେଶ ପଥ ଠାରେ ଏକ ସ୍ଥାୟୀ ତୋରଣର ନିର୍ମାଣ ପାଇଁ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଶିଳାନ୍ୟାସ କରିଥିଲେ । ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ତୋରଣ ମେଳନର ଗୁରତ୍ୱ ବଢାଇବା ସହ ଏହାର ଐତିହ୍ୟକୁ ସମୃଦ୍ଧ କରିବ ବୋଲି ଅତିଥି ମାନେ କହିଥିଲେ । ସାଂସଦ ମଣ୍ଡଳ ଏହାକୁ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ, ସରପଞ୍ଚ ପ୍ରଦୀପ ପଣ୍ଡା, ସମିତିସଭ୍ୟା ଗୀତାଞ୍ଜଳି ଖୁଣ୍ଟିଆ, ୱାର୍ଡ ସଭ୍ୟା ସ୍ୱିତାରାଣୀ ମହାନ୍ତି ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ପ୍ରମୋଦ ରାଉତ, ମେଳନ କମିଟି ସଭାପତି ଅକ୍ଷୟ ପାଢୀ, ଉପେନ୍ଦ୍ର ମହାନ୍ତି, ଅନାଥ ପାଢୀ, ଶଶିକାନ୍ତ ମିଶ୍ର, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ପରେ ସାଂସଦ ମଣ୍ଡଳ ୫ଳକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସ୍ୱର୍ଗଦ୍ୱାର ଏବଂ ମୋଡସାହି ଗାଁରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିôବା ଭିଲେଜ ପାର୍କର ଶିଳାନ୍ୟାସ କରିଥିଲେ । ପରେ ସେ ମୋଡସାହି ଗାଁରେ ୫ଳକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ମହିଳା ମଣ୍ଡଳ ସଭାପତି ସରସ୍ୱତୀ ମିଶ୍ର, ସଂପାଦିକା କ୍ଷୀରୋଦରୀ ଜେନା, ସମାଜସେବୀ ସୁରେଶ ମହାନ୍ତି, ଦୋଳସାହି ସମିତିସଭ୍ୟ ଦାଶରଥି ମହାପାତ୍ର, ପର୍ଶୁରାମ ପାଣିଗ୍ରାହୀ, ଅତୁଲ୍ୟ ବେହେରା, ପ୍ରଶାନ୍ତ ରାଉତ, ଅଶୋକ ସାହୁ, ବିଷ୍ଣୁମୋହନ ସେଠୀ, ସଞ୍ଜୟ ସାହୁ, ସବିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.