Odisha news

ମୟୂରଭଞ୍ଜ ଶାଖା ପୁଲିସ ହାବିଲଦାର ଓ କେନଷ୍ଟବଳ ସଂଘ ନିର୍ବାଚନ : ପ୍ରେମାଦ ନୂତନ ସଭାପତି, ବିକାଶ ସମ୍ପାଦକ

ଓଡ଼ିଶା ପୁଲିସ ହାବିଲଦାର ଓ କେନଷ୍ଟବଳ ଶାଖା ସଂଘ, ମୟୂରଭଞ୍ଜ ନିର୍ବାଚନେର ବାଜି ମାରିଛନ୍ତି ପ୍ରେମାଦ। ଗତକାଲି ଏହି ନିର୍ବାଚନ ଅନୁଷ୍ଠିତ େହାଇଥିଲା। ଆଜି େଭାଟ ଗଣତି ଏବଂ ଫଳାଫଳ େଘାଷଣା କରାଯାଇଥିଲା। ପ୍ରେମାଦ କୁମାର ଦାସ ଚଳିତ ଥର ନୂତନ ସଭାପତି ଭାେବ ନିର୍ବାଚିତ େହାଇଛନ୍ତି। ଏହାକୁ ମିଶାଇ ପ୍ରେମାଦ ଚତୁର୍ଥ ଥର ପାଇଁ ସଭାପତି ଭାେବ ନିର୍ବାଚିତ େହାଇଛନ୍ତି। େସ ରଂଜନ
କୁମାର ଗିରିଙ୍କୁ କଡ଼ା ମୁକାବିଲାେର ପରାସ୍ତ କରିଛନ୍ତି।
ପ୍ରେମାଦ ୫୧୩ ଖଣ୍ଡ େଭାଟ ପାଇଥିବା େବେଳ ରଂଜନ ୪୯୮ ଖଣ୍ଡ ପାଇଛନ୍ତି। ପ୍ରେମାଦ ୧୫ ଖଣ୍ଡ େଭାଟ ବ୍ୟବଧାନେର ରଂଜନଙ୍କୁ ପରାସ୍ତ କରିଛନ୍ତି। େସହିପରି ସଭାପତି ପଦେର ପ୍ରତିଦ୍ବନ୍ଦିତା କରିଥିବା ଅନ୍ୟଜେଣ ପ୍ରାର୍ଥୀ ଖେଗଶ୍ବର ମହାର୍ଣ୍ଣା ମାତ୍ର ୧୫ ଖଣ୍ଡ େଭାଟ ପାଇଛନ୍ତି। େସହିପରି ନୂତନ ସମ୍ପାଦକ ଭାେବ ବିକାଶ କୁମାର ବାରିକ ନିର୍ବାଚିତ େହାଇଛନ୍ତି। ବିକାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜୀବନ କୁମାର ଦାସଙ୍କୁ ପରାସ୍ତ କରିଛନ୍ତି। ବିକାଶ ୪୨୪ ଖଣ୍ଡ େଭାଟ ପାଇଥିବାେବେଳ ଜୀବନଙ୍କୁ ୩୫୮ ଖଣ୍ଡ େଭାଟ ମିଳିଥିଲା।
ଏହି ପଦବୀେର ପ୍ରତିଦ୍ବନ୍ଦିତା କରୁଥିବା ଅନ୍ୟଜେଣ ପ୍ରାର୍ଥୀ ୨୩୯ ଖଣ୍ଡ େଭାଟ ପାଇଛନ୍ତି। ସଂଘର ଉପସଭାପତି ଭାେବ ବିଜୟ କୁମାର େଲଙ୍କା ନିର୍ବାଚିତ େହାଇଛନ୍ତି। ବିଜୟ ଦିଲ୍ଲୀପ କୁମାର ଟୁଡୁଙ୍କୁ ପରାସ୍ତ କରିଛନ୍ତି। େକାଷାଧ୍ୟକ୍ଷ ଭାେବ ରାମକୃଷ୍ଣ ଦାସ, ସହ-ସମ୍ପାଦକ-୧ ଭାେବ ବିପିନ ଚନ୍ଦ୍ର ନାୟକ, ସହ-ସମ୍ପାଦକ-୨ ଭାେବ ନିଲମ ପୁଷ୍ପଶ୍ରୀ ମୁର୍ମୁ ନିର୍ବାଚିତ େହାଇଛନ୍ତି। େସହିପରି ଶାଖାର ସଭ୍ୟ ପ୍ରାର୍ଥୀ ଭାେବ ଆଶିଷ କୁମାର େଦ, ଗିରିଶ ଚନ୍ଦ୍ର େସଠୀ,ଝିଲିମଣୀ ମହାନ୍ତ, କିରଣ କୁମାର ସାତୁଆ, ଦୀପକ କୁମାର ମୁଣ୍ଡା ପ୍ରମୁଖ ନିର୍ବାଚିତ େହାଇଛନ୍ତି।
ସଭାପତି ଭାେବ ନିର୍ବାଚିତ େହାଇଥିବା ପ୍ରେମାଦଙ୍କ ପ୍ୟାେନଲ୍ ରୁ ସମ୍ପାଦକ, ସହ-ସମ୍ପାଦକ-୨ ଏବଂ ଜେଣ ସଭ୍ୟଙ୍କୁ ଛାଡ଼ି ବାକି ସବୁ ପଦେର ପ୍ରାର୍ଥୀ ବିଜୟୀ େହାଇଛନ୍ତି। େସହିପରି ରଂଜନଙ୍କ ପ୍ୟାେନଲ୍ ରୁ ସମ୍ପାଦକ ସେମତ େମାଟ ୩ ପଦେର ପ୍ରାର୍ଥୀ ବିଜୟୀ େହାଇଛନ୍ତି। ଅତିରିକ୍ତ ଏସ୍ ପି ଅଙ୍କୁର ମଲ୍ଲିକ ନିର୍ବାଚନ ଅଧକାରୀ ଭାେବ କାର୍ଯ୍ୟ ପରିଚାଳନା କରିଥିେଲ। ଏହି ନିର୍ବାଚନ ପ୍ରତି ଦୁଇ ବର୍ଷେର ଥେର ଅନୁଷ୍ଠିତ େହାଇଥାଏ। ନିର୍ବାଚିତ ପ୍ରତିନିଧିମାେନ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିପାରିେବ।
Govt

Comments are closed.