Odisha news

ବିଦୁରଙ୍କ ନୀତିରେ : ଏହି ୬ ଟି କଥାକୁ ଜଣେ ବିଦ୍ୟାର୍ଥୀ ଧ୍ୟାନ ଦେବା ଆବଶ୍ୟକ ,ଏହା ଦ୍ୱାରା ଶିକ୍ଷାଗ୍ରହଣ ସହଜ ହୋଇଯିବ

ମହାତ୍ମା ବିଦୁରଙ୍କ ନୀତିଶାସ୍ତ୍ର ସାଂସାରିକ ଜୀବନଠାରୁ ନେଇ ବିଦ୍ୟାର୍ଥୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଥାଏ l କାରଣ ନୀତିଶାସ୍ତ୍ରକୁ ନେଇ ସମସ୍ତଙ୍କ ଜୀବନ ଆଧାରିତ l ଆଜିର ନୀତିଶାସ୍ତ୍ରରେ ବିଶେଷ କରି ବିଦ୍ୟାର୍ଥୀ ମାନଙ୍କ ଉପରେ ଦୃଷ୍ଟିପାତ କରାଯାଇଛି l କାରଣ ଜଣେ ଭଲ ମଣିଷ ହେବ ପାଇଁ ପ୍ରଥମେ ସଠିକ ଭାବରେ ଜ୍ଞାନ ପ୍ରାପ୍ତ କରିବା ବଶ୍ୟକ l କାହିଁକି ନା ବିନା ଜ୍ଞାନରେ ମଣିଷର କୌଣସି ଅସ୍ତିତ୍ବ ନାହିଁ l ଆଜିର ବିଦୁର ନୀତିରେ ଛାତ୍ର ଜୀବନର କଣ ମହତ୍ୱ ରହିଛି ଓ ସେ କେଉଁ ନୀତି ଗ୍ରହଣ କରିବା ଆବଶ୍ୟକ ସେ ବିଷୟରେ କୁହାଯାଇଛି l

* ବିଦୁର କହିଛନ୍ତି ଜ୍ଞାନ ଅର୍ଜନ କରୁଥିବା ବିଦ୍ୟାର୍ଥୀ କାମର ବାସ୍ନାରେ ପଡିବା ଉଚିତ ନୁହେଁ l କାରଣ ସେ ଯଦି କାମର ବାସ୍ନାରେ ପଡିଥାଏ ତେବେ ତାର ଜ୍ଞାନ ଗ୍ରହଣ କରିବା କଷ୍ଟକର ହୋଇଥାଏ l ତେଣୁ ଏଥିରୁ ଦୁରେଇ ରହିବ ଆବଶ୍ୟକ l

* ବିଦୁର କହିଛନ୍ତି କ୍ରୋଧରୁ ଅହଂକାର ଉତ୍ପନ ହୋଇଥାଏ l କ୍ରୋଧ ଦ୍ୱାରା ବିଦ୍ୟାର୍ଥୀର ମନର ସନ୍ତୁଳନ ବିଗିଡି ଯାଇଥାଏ ,ଯେଉଁ କାରଣରୁ ସେ ଜ୍ଞାନାର୍ଯ୍ୟନ କରିବା ପାଇଁ ପ୍ରସ୍ତୁତ ହୋଇପାରେ ନାହିଁ l ଅହଂକାର ଦ୍ୱାରା ବିନୟ ଭାବ ଛାତ୍ର ମନରୁ ହଜିଯାଇଥାଏ l ଯାହା କି ଜ୍ଞାନ ଅର୍ଜନରେ ପ୍ରାଥମିକ ଭାବରେ ଆବଶ୍ୟକ ଅଟେ l

* ଲୋଭ ତିନି ପ୍ରକାରର ଅଟେ ବୋଲି ବିଦୁର କହିଛନ୍ତି l ତାହା ହେଉଛି ବ୍ୟକ୍ତି ,ବସ୍ତୁ ଓ ଧର୍ମ ,ଏହି ତିନି ପ୍ରକାରର ଲୋଭ ଜ୍ଞାନ ଅର୍ଜନ ପାଇଁ ହାନି କାରରଙ୍କ ଅଟେ l ଆପଣଙ୍କୁ ଜ୍ଞାନ ଅର୍ଜନ ପାଇଁ କୌଣସି ପ୍ରିୟ ବ୍ୟକ୍ତିର କାମନା କରିବା ଉଚିତ ନୁହେଁ ,କୌଣସି ମୂଲ୍ୟବାନ ବସ୍ତୁର ଅପେକ୍ଷା କରିବା ଉଚିତ ନୁହେଁ l କିମ୍ବା କୌଣସି ଧାର୍ମିକ ଭାବନା ରଖି ଜ୍ଞାନ ଅର୍ଜନ କରିବା ଆବଶ୍ୟକ ନୁହେଁ l

* ମହାତ୍ମା ବିଦୁରଙ୍କ ମତରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଲାଭ ପାଇଁ ନିଜ ସ୍ୱାଦ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ଉଚିତ l କାରଣ ସ୍ୱାଦ ଯୁକ୍ତ ଖାଦ୍ୟ କେବଳ ଲାଳସା ମେଣ୍ଟାଈ ପାରିବ କିନ୍ତୁ ଜ୍ଞାନ ଦେଇ ପାରିବ ନାହିଁ l

* ହସଖୁସି ପ୍ରତି ଅଧିକ ଧ୍ୟାନ ଦେବା ଗୋଟିଏ ବିଦ୍ୟାର୍ଥୀ ପକ୍ଷରେ କ୍ଷତି କାରକ ବୋଲି ବିଦୁର କହିଛନ୍ତି l ବିଦ୍ୟାର୍ଥୀ ସବୁବେଳେ ନିଜ ଶିକ୍ଷାକୁ ସବୁବେଳେ ଗମ୍ଭୀରତା ସହିତ ଗ୍ରହଣ କରିବା ଉଚିତ l

* ଗୋଟିଏ ଭଲ ବିଦ୍ୟାର୍ଥୀ ହେଲେ ନିଜକୁ ସ୍ୱଚ୍ଛ ରଖିବାତ ଜରୁରୀ କଇନ୍ତି ଶୃଙ୍ଗାର ସାହାଯ୍ୟରେ ନିଜର ମନକୁ ବଦଳାଇବା ଉଚିତ ନୁହେଁ l କାରଣ ଶୃଙ୍ଗାର ଦ୍ୱାରା ବିଦ୍ୟାର୍ଥୀ ଅନ୍ୟକୁ ଆକର୍ଷିତ କରିଥାଏ ଯାହା ତାର ଜ୍ଞାନ ଅର୍ଜନରେ  ବାଧା ସୃଷ୍ଟି କରିଥାଏ l ଏହି ସମସ୍ତ ଗୁଣ ଗୋଟିଏ ବିଦ୍ୟାର୍ଥୀ ପାଇଁ ନିହାତି ଆବଶ୍ୟକ i

Comments are closed.