Odisha news

କାଳବୈଶାଖୀ ତାଣ୍ଡବ : ଉଡିଗଲା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛପର

ବୈଶିଙ୍ଗା–୬/୬–କାଳବୈଶାଖୀ  ପ୍ରଭାବରେ ଗତକାଲି ବୈଶିଙ୍ଗା ଅଞ୍ଚଳରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଜବେସବସ୍ ଛପରଟି ଭାଙ୍ଗିଯାଇଛି। ଏହି ଏଜବେସଟସ ଛପର ଘରଟି ବିଦ୍ୟାଳୟର ସୀମା ମଧ୍ୟରେ ସର୍ବ ପୁରାତନ ଶ୍ରେଣୀ ଗୃହ ଥିଲା । କାଳ ବୈଶାଖୀ ପ୍ରଭାବରେ ତାହା ଭାଙ୍ଗିଯାଇଥିବାରୁ ଏଥିରେ ଥିବା ମାଟି କାନ୍ଥଟି ମଧ୍ୟ ଧୋଇ ହୋଇଯାଇଥିବାର ମଧ୍ୟ ଦେଖାଯାଇଥିଲା।ଗତକାଲିର କାଳ ବୈଶାଖୀ ପ୍ରଭାବରେ ବୈଶିଙ୍ଗା ବିଦ୍ୟୁତ ବିଭାଗ ଅଧୀନରେ ଥିବା ଅନେକ ଅଞ୍ଚଳରେ ବିଦ୍ୟୁତଖୁଣ୍ଟି ଉପୁଡି ପଡିଥିବାର ଦେଖାଯାଇଥିଲା। ଅନେକ ସ୍ଥାନରେ ମଧ୍ୟ ବିଦ୍ୟୁତ ତାର ଉପରେ ବଡ ବଡ ଗଛ, ଡାଳଗୁଡ଼ିକ ମଧ୍ୟ ପଡ଼ିଥିଲା। ଆଜି ମଧ୍ୟ ଅପରାହ୍ନରେ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା।ଏହା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଘଡ ଘଡି ସହ ବର୍ଷା ମଧ୍ୟ ହୋଇଥିଲା। ଘଡଘଡି ଦ୍ଵାରା କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ସୂଚନା ମଧ୍ୟ ମିଳିଥିଲା।
Ad2

Comments are closed.