କାକଟପୁର 30/8 କାକଟପୁର ବ୍ଲକ ଅନ୍ତର୍ଗତ ଲତାହରଣ ପଞ୍ଚାୟତର ପ୍ରଫୁଲ୍ଲ ମଲ୍ଲିକ ବୟସ ୪୦ ବର୍ଷ ଗତ ଆଠ ବର୍ଷ ତଳେ ବାହାର ରାଜ୍ୟ ରେ କାର୍ଯ୍ୟ କରୁଥିବା ବେଳେ ଦୁର୍ଘଟଣା ରେ ଗୋଡ଼ ଟି ହରାଇ ଘରକୁ ପଳାଇ ଆସିଥିଲେ l ସେ ଏବେ ୭୫% ଭିନ୍ନକ୍ଷମ ଅଟନ୍ତି, ଘରକୁ ଆସିବା ପରେ ନିଜର ପତ୍ନୀ ଦୁଇ ବର୍ଷ ର ପୁତ୍ର ନେଇ ଘର ଛାଡ଼ି ଚାଲିଗଲା l ପ୍ରଫୁଲ ରୋଜଗାର କରିବା ପାଇଁ ଅକ୍ଷମ ହୋଇଥିବା ବେଳେ ପ୍ରଫୁଲ ବାପା ଦିନ ମଜୁରୀ ଲାଗି ପରିବାର ଚଳାଉଥିଲେ l ଗତ ଏକ ବର୍ଷ ତଳେ ତାଙ୍କର ଅକାଳ ବିୟୋଗ ହୋଇଯିବା ପରେ ପ୍ରଫୁଲ ଓ ତାର ବିଧବା ମା ଅସହାୟ ହୋଇ ପଡିଛନ୍ତି l ଓଳିଏ ଖାଇଲେ ଦୁଇ ଓଳି ଉପାସ ରହି ବହୁତ୍ କଷ୍ଟ ରେ ଜୀବନ ଯାପନ କରୁଛନ୍ତି । ଏମାନଙ୍କ ଗୋଟେ ବଖରା ଝାଟିମାଟି ପଲିଥିନ୍ ଘେରା ଚାଳଛପର ଘର ଅର୍ଦ୍ଧଭଗ୍ନ ଅବସ୍ଥା ରେ ଥିବା ବେଳେ ବର୍ଷା ହେଲେ, ସେହି ଘରେ ରହିବା ବହୁତ୍ କଷ୍ଟମୟ ଏବଂ ଦୁଃଖଦପୂର୍ଣ୍ଣ, ବର୍ଷା ଖରା କାକର ଖାଇ ମା ପୁଅ ସେଇ ଘରେ ଜୀବନ ବିତାଉଛନ୍ତି । ଏମାନେ ସରକାର ଙ୍କ ତରଫରୁ ରାସନ କାର୍ଡ ଏବଂ ଭତ୍ତା ରେ ଗୁଜୁରାଣ ମେଣ୍ଟାଉଥିବା ସମୟରେ ସରକାରଙ୍କ ପକ୍ଷରୁ କୌଣସି ଆବାସ ଯୋଜନା ପ୍ରାପ୍ତ ହେଇନାହିଁ ଫନି ବାତ୍ୟା ରେ ଘର ଭାଙ୍ଗିବା ସମୟରେ ଏମାନଙ୍କ ର ନାମ ପଞ୍ଜୀକରଣ ହୋଇଥିଲେ ମଧ୍ୟ ଘର ମିଳିଲା ନାହିଁ, ବାରମ୍ବାର ବ୍ଲକ କୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଭଗବାନ ଙ୍କୁ ଡାକିବା ବ୍ୟତୀତ ତାଙ୍କର ଆଉ କୌଣସି ଉପାୟ ନାହିଁ l ଅନ୍ୟପକ୍ଷରେ ପ୍ରଫୁଲ ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚିକିତ୍ସା କରି ପାରୁନାହାନ୍ତି l ତୁରନ୍ତ ରାଜ୍ୟ ସରକାର ଭିର୍ନ୍ନକ୍ଷମ ପ୍ରଫୁଲ କୁ ଆବାସ ଯୋଜନା ରେ ଏକ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସାରା ପଞ୍ଚାୟତ ବାସୀ ନିବେଦନ କରିଛନ୍ତି l