Odisha news

କାକଟପୁର ରୁ ତୁଷାର କାନ୍ତି ବେହେରା ଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି : ସୁର ସାଜିବେ କଣ୍ଟା 

0
କାକଟପୁର ୨୨ /୪ ସୁର, ତୁଷାର, ତୁଷାର, ସୁର, ଶେଷରେ ବହୁ କଳ୍ପନା ଜଳ୍ପନା ରେ ଅନ୍ତ ଘଟାଇ  ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ରେ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ସୁର ଙ୍କୁ ବାଦ ଦେଇ  ପୁଣିଥରେ ତୁଷାରକାନ୍ତି ବେହେରାଙ୍କୁ  ଟିକେଟ ଦେଇଛି l ୨0୧୪ ରୁ ୨0୧୯ ପର୍ଯ୍ୟନ୍ତ ବିଧାୟକ ଥିବା ସୁରେନ୍ଦ୍ର ସେଠୀ 2024 ପାଇଁ ବିଧାୟକ ପ୍ରାର୍ଥୀ ପାଇଁ ବିଜେଡି ସୁପ୍ରିମୋ ଙ୍କ ଉପରେ ଆଶା ରଖିଥିଲେ l  କଡା ଟକ୍କର ସତ୍ବେ ପୁଣି ଥରେ ଶ୍ରୀ ବେହେରା ଙ୍କ ନାମ ଗତ କlଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟ ରେ  ଘୋଷଣା କରିବା ପରେ ସୁର ନିରାଶ ହେବା ପରେ କର୍ମୀ ମାନଙ୍କ ସହ ବିଚାର ବିମର୍ଶ କରି ବିକଳ୍ପ ଚିନ୍ତଧାରା ନେବେ ବୋଲି ବରିଷ୍ଠ କର୍ମୀ ମାନେ ପ୍ରକାଶ କରିଛନ୍ତି   l ବିଗତ ପାଞ୍ଚ ବର୍ଷ ମନ୍ତ୍ରୀ ଥିବା ସମୟରେ ଶ୍ରୀ ବେହେରା ଙ୍କ କାର୍ଯ୍ୟଶୈଳୀ ଓ ପାରଦର୍ଶିତା ଓ ଜନମତ କୁ ଅନୁଧ୍ୟାନ କରି ରାଜ୍ୟ ସରକାର ଙ୍କ ଅସମ୍ପୂର୍ଣ କାର୍ଯ୍ୟ କୁ ସମ୍ପୂର୍ଣ କରିବା ପାଇଁ ସୁପ୍ରିମୋ ତାଙ୍କ ଉପରେ ଆସ୍ଥାପ୍ରକଟ କରି ତାଙ୍କୁ ଟିକେଟ ପ୍ରଦାନ କରିଛି ବୋଲି କହିଛନ୍ତି ତୁଷାର କାନ୍ତି ବେହେରା l ସେପଟେ ଆଶାୟୀ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ଏ ଘୋଷଣା କୁ ମୋ ପାଇଁ ଅବିଚାର କରାଯାଇଛି, ବିଗତ ଦିନରେ ଜନସାଧାରଣ ଙ୍କ ସହିତ ରହି ବିଜୁ ଜନତା ଦଳ କୁ ଆହୁରି ମଜଭୁତ କରିବା ପାଇଁ ଦିନ ରାତି ମୋର ଯେଉଁ ପରିଶ୍ରମ ଯାହାର ଫଳାଫଳ ନିର୍ବାଚନ ମଣ୍ଡଳୀ ର ୨ ବ୍ଲକ ଅଧ୍ୟକ୍ଷ ଓ ଏନ ଏ ସି ଆମ ଦଖଲ ରେ ଅଛି l କିନ୍ତୁ ମୋ ସହିତ ଦଳ ଅବିଚାର କରି ଯେହେତୁ ତୁଷାର କାନ୍ତି ଙ୍କୁ ଟିକେଟ ପ୍ରଦାନ କରିଛି, ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହା ସମସ୍ତ କର୍ମୀ ମାନଙ୍କ ସହ ପର୍ଯ୍ୟାଲୋଚନା ପରେ ସିଦ୍ଧାନ୍ତ ନିଆଯିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ତଥା ଆଶାୟୀ ଥିବା ପ୍ରାର୍ଥୀ ସୁରେନ୍ଦ୍ର ସେଠୀ l ତୁଷାର କାନ୍ତି ଙ୍କ ଟିକେଟ ଘୋଷଣା ପରେ କେତେକ ପଞ୍ଚାୟତ ରେ କର୍ମୀ ମାନେ ଖୁସିରେ ବାଣ ଫୁଟାଇ ମିଠା ବାଣ୍ଟୁ ଥିବା ବେଳେ ଆଉ କେତେକ ପଞ୍ଚାୟତ ରେ ସୁର ଙ୍କ କର୍ମୀ ମାନେ ସୁରଙ୍କ ନିର୍ଦେଶ କୁ ଅପେକ୍ଷା କରିଛନ୍ତି l କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଟିକେଟ ପାଇବା ପରେ ଦଳୀୟ ସଂଗଠନ କୁ ମଜବୁତ କରୁଥିବା ବେଳେ ବିଜେଡି ର ଗୋଷ୍ଟି କନ୍ଦଳ ତୀବ୍ର ରୂପ ନେବ ବୋଲି ବିଭିନ୍ନ ଜାଗାରୁ ଶୁଣିବାକୁ ମିଳୁଛି l କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଘୋଷଣା ହୋଇନାହିଁ l
Leave A Reply