Odisha news

କେଳୁଣି ମୁହାଁଣ ଠାରେ ମହୋଦଧି ଆଳତୀ ଅନୁଷ୍ଠିତ।

0
କାକଟପୁର: 3/3=ପୁଣ୍ୟତୋୟା ପ୍ରାଚୀ ନଦୀର ମାହାତ୍ମ୍ୟ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରାଇବା, ଅବକ୍ଷୟମୁଖୀ ପ୍ରାଚୀ ନଦୀ ର ପୁନଃରୁଦ୍ଧାର କରିବା, ପୁର୍ବପରି ପ୍ରାଚୀ ନଦୀ କୁ ସୁନାବ୍ୟା କରିବା ପ୍ରଭୃତି ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ତତ୍ବାବଧାନରେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ନେତୃତ୍ଵ ରେ ଗତ ୨୯ ତାରିଖ ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଛି। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର , ନିଆଳି ନୂଆଗାଁ ର ରାଧାକାନ୍ତ ମଠ, ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ,ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର, ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର , କଥାକୁହା ମହାବୀର, ପିତାପଡ଼ା ର ଅଙ୍ଗେଶ୍ଵର ଶିବ ମନ୍ଦିର, କୃଷ୍ଣପ୍ରସାଦ, ନିଜାଗଡ଼, ତଇଲପୁର, ବେତେଣ୍ଡା, ଗ୍ରାମେଶ୍ଵର, କାକଟପୁର , ମଙ୍ଗଳା ମନ୍ଦିର ଦେଇ ଶନିବାର ଦେଉଳି ମଠ ଠାରେ ପହଞ୍ଚି ସେଠାରେ ରାତ୍ରୀ ଯାପନ କରିଥିଲେ । ଆଜି ପ୍ରାତଃ ରେ ପଦଯାତ୍ରୀ ମାନେ ଦେଉଳି ମଠ ଠାରୁ ବାହାରି ସରିପୁର ଅପସରା କ୍ଷେତ୍ର ଦେଇ ଅସ୍ତରଙ୍ଗ ର କେଉଟଜଙ୍ଗା ନିକଟସ୍ଥ କେଳୁଣି ମୁହାଁଣ ଠାରେ ପହଞ୍ଚି ରାତ୍ରୀ ଯାପନ କରିଛନ୍ତି। ସଂଧ୍ୟା ରେ ପରମହଂସ ପ୍ରଜ୍ଞାନାନନ୍ଦ
ଗିରି ମହାରାଜ ମୁହାଁଣ ଠାରେ ମହୋଦଧି ଆଳତୀ କରିବା ସହିତ ପ୍ରାଚୀ ସରସ୍ଵତୀ ନଦୀ ଙ୍କୁ ମଧ୍ୟ ଆଳତୀ କରିଥିଲେ। ଏହିଠାରୁ ପଦଯାତ୍ରୀ ମାନେ ସୋମବାର ପ୍ରାତଃ ରୁ ପଦଯାତ୍ରା ଆରମ୍ଭ ସ୍ଥାନ ଅନ୍ଧ କପିଳେଶ୍ୱର କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପଣ୍ତିତ ଚିତ୍ତରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।ଉକ୍ତ ପଦଯାତ୍ରା ରେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ଙ୍କ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ , ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ,  ,ସୁଧାନନ୍ଦ ଗିରି ମହାରାଜ, ବୈଦିକ ବ୍ରାହ୍ମଣ ପରିଷଦର ଯୁଗ୍ମ ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ପ୍ରାଚୀ ସୁରକ୍ଷା ସମିତି ଓ ପୁରୀ କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରି ମାନେ ଯୋଗ ଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
Leave A Reply