କାକଟପୁର 17/9 କାକଟପୁର, କଲେଜ ଛକ, ବ୍ଲକଛକ, ଓଥକା, କୁଣ୍ଢେଇ, ମେଡିକାଲ ଛକ ବାଙ୍ଗୁରୀଗାଁ, ଆନନ୍ଦବଜାର ପ୍ରଭୃତି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମା ମଙ୍ଗଳା ଅଟୋ ଆସୋସିଏସନ, ବସ ଆସୋସିଏସନ, କାର ଆସୋସିଏସନ, ଏମ ଏମ ଭିଜନ ର ସ୍ୱତାଧିକାରୀ କମଳ ଲୋଚନ ଦୀକ୍ଷିତ, ମଙ୍ଗଳା ଅଟୋ ଗ୍ୟାରେଜ ର ପରିଚାଳକ ଟୁକୁନା ଭାଇ ଙ୍କ ତତ୍ୱାବଧାନ ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ମହା ସମାରୋହରେପାଳିତ ହୋଇଯାଇଛି l କରୋନା କଟକଣା ରେ ପୂଜାଉତ୍ସବ ବନ୍ଦ ଥିଲାବେଳେ ଚଳିତ ବର୍ଷ ଧୂମଧାମରେ ବିଭିନ୍ନ ଆଲୋକମାଳା, ନୂତବ ତୋରଣ, ଆକର୍ଷଣୀୟ ସାଜ ସଜା ରେ କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡିଥିଲା l ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛକ ଜାଗା ମାନଙ୍କରେ ଅନୁଷ୍ଠିତ ହୋଇଥିଲା l