ହିଞ୍ଜିଳିକାଟୁ,୧୭/୯ : କେନ୍ ଦ୍ର ସରକାର ପ୍ରଯୋଜିତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ସାରା ଦେଶର ସହରାଞ୍ଚଳରେ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪ ପ୍ରତିଯୋଗିତା।ରାଜ୍ୟ ସରକାର ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡ଼ିଶା ମାଧ୍ୟମରେ ସମସ୍ତ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସୁପରିଚାଳନା ସହ ମୁଁ ସ୍ୱଚ୍ଛ,ସ୍ୱଚ୍ଛ ମୋ ସହରକୁ ସଫଳ ରୂପାୟନ କରିବା ଦିଗରେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।ସମ୍ପ୍ରତି ସାରା ଭାରତରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ପାଖଡା ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ -୨ ସ୍ତରରେ ଶୀର୍ଷ ସ୍ଥାନ ହାସଲ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଗଞ୍ଜାମ ଜିଲ୍ଲାର ୧୮ ସହରାଞ୍ଚଳରେ ଅନୁଷ୍ଠିତ ହୋଇଛି ମାନବ ଶୃଙ୍ଖଳ ମାଧ୍ୟମରେ ସ୍ୱଚ୍ଛତା ସଚେତନତା ଅଭିଯାନ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ପୌର ପରିଷଦ, ହିଞ୍ଜିଳିକାଟୁ ସ୍ୱଚ୍ଛତା କ୍ଷେତ୍ରରେ ଆଉ ୨ ପାଦ ଅଗ୍ରସର ହେବା ପାଇଁ ବିଶେଷ ପ୍ରଶ୍ୱାସ ଆରମ୍ଭ କରିଛି।ଏହି କ୍ରମରେ ରବିବାର ପୂର୍ବାହ୍ନରେ ଏକ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ତହସିଲଦାର ସୁନୀଲ କୁମାର ପ୍ରଧାନ,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୋୖରାଧ୍ୟକ୍ଷ ସବୁଜ ପତାକା ପ୍ରଦର୍ଶନ କରି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସ୍ୱଚ୍ଛତା,ବର୍ଜ୍ୟବସ୍ତୁ ଓ ପରିମଳ ପରିଚାଳନା, ଡେଙ୍ଗୁ ଜ୍ୱର ପ୍ରତି ସଚେତନ ଓ ସତର୍କତା ଅବଲମ୍ବନ ସମ୍ପର୍କରେ ପ୍ଲାକାର୍ଡ ପ୍ରଦର୍ଶନ କରି ମାନବ ଶୃଙ୍ଖଳ ମାଧ୍ୟମରେ ନଗର ପରିକ୍ରମା କରି ଜନ ସଚେତନତା ଅଭିଯାନ ହୋଇଥିଲା।ଅନ୍ତିମରେ ବିଜୁ ପଟ୍ଟନାୟକ ଶିଶୁପାର୍କ ସ୍ଥଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ପ୍ରତି ପୌର ପରିଷଦ ଓ ସହରବାସୀଙ୍କ ସହଯୋଗ ଯୋଗୁଁ ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଶ୍ରେଷ୍ଠତା ବଜାୟ ରଖିଛି।ଏହାକୁ ଅଧିକ ୨ ପାଦ ଅଗ୍ରସର ହେବା ପାଇଁ ଯୁବବର୍ଗଙ୍କ ପ୍ରମୁଖ ଭୂମିକା ରହିଛି।ଏପରି ସ୍ଥଳେ ଯୁବ ବନାମ ବର୍ଜ୍ୟବସ୍ତୁର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି।ଏଣୁ ଏହି ଆଭିମୁଖ୍ୟ ନେଇ ଆମେ ଅନ୍ୟାନ୍ୟ ସହର ଅପେକ୍ଷା ଅଧିକ ଶ୍ରେଷ୍ଠତା ପ୍ରଦର୍ଶନ କରିବା ପାଇଁ ଆଶା ପ୍ରକଟ କରିଥିଲେ।ପରେ ଶୌଚାଳୟ, ରାସ୍ତା ପାର୍ଶ୍ଵ ଅଳିଆ ଆବର୍ଜନା ଇତ୍ୟାଦି ସ୍ଥାନ ଗୁଡିକ ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଜାରୀ ରହିବ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର, ସମସ୍ତ ପାରିଷଦ,ଆଶା କର୍ମୀ, ଏନସିସି,ସ୍କାଉଟ ଓ ଗାଇଡ଼,ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଯୁବ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ।